ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ସୁରକ୍ଷା ଦୃଷ୍ଟିକୋଣରୁ ଖେଳିବା ପାଇଁ ମନା କରି ଦେଇଥିଲା । ଏ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ପରେ ଭାରତ ତାର ସମସ୍ତ ମ୍ୟାଚ ହାଇବ୍ରିଡ ମଡେଲ ମାଧ୍ୟମରେ ଦୁବାଇରେ ଖେଳିବ । ଇତି ମଧ୍ୟରେ ପାକିସ୍ତାନରେ ମ୍ୟାଚ ଅବସରରେ ସୁରକ୍ଷା ବ୍ୟବସ୍ଥା ନେଇ ଭାରତର ମହାନ ଖେଳାଳି ସୁନୀଲ ଗାଭାସ୍କର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆମେ ଦେଖୁଛି ପାକିସ୍ତାନରେ ସୁରକ୍ଷା ବ୍ୟବସ୍ଥା ଭଙ୍ଗ କରି କିପରି ଦର୍ଶକ ପଡିଆ ମଧ୍ୟକୁ ପ୍ରବେଶ କରୁଛନ୍ତି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଏ ଭଳି ଘଟଣା ଘଟିଛି ।
ଏ ଭଳି ପରିସ୍ଥିତିରେ କୌଣସି ସରକାର ପାକିସ୍ତାନକୁ କିପରି ତାର ଖେଳାଳିମାନଙ୍କୁ ପଠାଇବେ । ଯେ ପର୍ଯ୍ୟନ୍ତ ସୀମାରେ ଶାନ୍ତି ନ ଆସିଛି ଦ୍ୱିପାକ୍ଷିକ ସିରିଜ ଖେଳାଯିବା ସମ୍ଭବପର ନୁହେଁ । ସବୁ କିଛି ଠିକ ଠାକ ହେଲେ ମ୍ୟାଚ ଖେଳିବାରେ କୌଣସି ଅସୁବିଧା ହେବନି । ଚାମ୍ପିୟନ୍ସ ଟ୍ରଫିରେ ଆୟୋଜକ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରୁ ବାଦ ପଡିଛି । ଭାରତ ଭଲ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି ।
Comments are closed.