Latest Odisha News

BREAKING NEWS

କାହିଁକି ଦୀର୍ଘ ଦିନ ଧରି ବିବାହ କଥା ଲୁଚାଇଥିଲେ ସନ୍ନି ଦେଓଲ୍….‌

ନୂଆଦିଲ୍ଲୀ: ଘାୟଲ, ସାଲାଖେଁ, ଦାମିନୀ ଏବଂ ଗଦର୍‌ ଭଳି ବଲିଉଡ୍‌କୁ ସୁପରହିଟ୍ ଚଳଚ୍ଚିତ୍ର ଦେଇଥିବା ଅଭିନେତା ସନ୍ନି ଦେଓଲ୍‌ଙ୍କ ଆଜି ଜନ୍ମଦିନ।  ସନ୍ନି ୧୯ ଅକ୍ଟୋବର ୧୯୫୬ରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ। ସନ୍ନି ନିଜର ସ୍ୱତନ୍ତ୍ର ଅଭିନୟ କଳାରେ ବଲିଉଡ୍‌ରେ ନିଜର ସ୍ଥାନ ସୃଷ୍ଟି କରିଥିଲେ।

ଦୃଢ କାର୍ଯ୍ୟ ଏବଂ ଉତ୍କୃଷ୍ଟ ସଂଳାପ ବିତରଣ ମାଧ୍ୟମରେ ସେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ଘର କରିପାରିଛନ୍ତି। ସନ୍ନି ଦେଓଲ ସର୍ବଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ଲାଇମଲାଇଟ୍ ଠାରୁ ଦୂରରେ ରଖିଆସିଛନ୍ତି। ସନ୍ନି ଦେଓଲ ୧୯୮୨ ମସିହାରେ ‘ବେତାବ୍‌’ ଚଳଚ୍ଚିତ୍ର ସହ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଥିଲା।

୯୦ ଦଶକ ପର୍ଯ୍ୟନ୍ତ ସନ୍ନି ବଲିଉଡ୍‌ରେ ନିଜକୁ ପ୍ରତିଷ୍ଠିତ କରିଥିଲେ। ୧୯୯୦ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଘାୟଲ’ ପାଇଁ ସନ୍ନିଙ୍କୁ ଫିଲ୍ମଫେୟାର ଏବଂ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୧ରେ ଚଳଚ୍ଚିତ୍ର ‘ଗଦର୍‌-ଏକ ପ୍ରେମ କଥା’ ତାଙ୍କ କ୍ୟାରିୟରର ସବୁଠାରୁ ବଡ ହିଟ୍ ଚଳଚ୍ଚିତ୍ର ପ୍ରମାଣିତ ହୋଇଥିଲା।

ଅନେକ ଦିନ ଧରି ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ରାଜ୍ ମଧ୍ୟ କରିଥିଲା। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ତାଙ୍କ ବିବାହ ଖବରକୁ ଦୀର୍ଘ ସମୟ ଧରି ଲୁଚାଇ ରଖିଥିଲେ।

sunny and puja
Times Of India

୧୯୮୪ରେ, ସନ୍ନି ଦେଓଲ୍ ପୂଜାଙ୍କୁ ବିବାହ କରିଥିଲେ। ପୂଜାଙ୍କ ସହ ସନ୍ନିଙ୍କ ସମ୍ପର୍କ ଅତ୍ୟନ୍ତ ବ୍ୟକ୍ତିଗତ। ଦୁହେଁ ଏକାଠି କ୍ୱଚିତ୍ ଦେଖାଯାଆନ୍ତି। ଇଣ୍ଟରନେଟ୍‌ରେ ମଧ୍ୟ ସନ୍ନିଙ୍କ ପତ୍ନୀଙ୍କ ଫଟୋ ବହୁତ କମ୍‌ ପାଇବେ। ସୂଚନାନୁସାରେ ସନ୍ନିଙ୍କ ପରିବାର ଲୋକେ ହିଁ ତାଙ୍କ ବିବାହ ଖବର ଏବଂ ପତ୍ନୀ ପୂଜା ସମ୍ପର୍କିତ ଖବର ଗଣମାଧ୍ୟଠାରୁ ଲୁଚାଇ ରଖିବାକୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.