ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ ଓ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ ମଧ୍ୟରେ ଆଇପିଏଲ ଟିକେଟ ବଂଟାକୁ ନେଇ ବୁଝାମଣା ହୋଇଛି । ପୂର୍ବରୁ ଏଚସିଏ ମାଗଣା ପାସ ନେଇ ବ୍ଲାକମେଲ କରୁଛି ବୋଲି ସନରାଇଜର୍ସ ଅଭିଯୋଗ କରିଥିଲା । ଏ ନେଇ ବିସିସିଆଇ ହସ୍ତକ୍ଷେପ କରୁ ବୋଲି ସନରାଇଜର୍ସ ଅନୁରୋଧ କରିଥିଲା । ଯଦି ଏହା ନ ହୁଏ ତେବେ ଫ୍ରଂଚାଇଜ ତାର ଘରୋଇ ମ୍ୟାଚ ଅନ୍ୟ ରାଜ୍ୟରେ କରିବା ପାଇଁ ଚିନ୍ତା କରିବ ବୋଲି କହିଥିଲା । ମଙ୍ଗଳବାର ଆୟୋଜିତ ବୈଠକରେ ଫ୍ରାଂଚାଇଜ ୩୯୦୦ ପାସ ବାଂଟିବ ବୋଲି ସ୍ଥିର ହୋଇଛି । ଏ ନେଇ ଉଭୟଙ୍କ ସହମତି ହୋଇଛି । ଷ୍ଟାଡିୟମ ଦର୍ଶକ କ୍ଷମତାକୁ ବିଚାରକୁ ନିଆଯାଇ ଏହାର ୧୦ ପ୍ରତିଶତ ପାସ ପ୍ରଦାନ କରାଯାଇ ପାରିବ ।
ଚଳିତ ଇଣ୍ଡିଆନ ପ୍ରିମୟର ଲିଗରେ ହାଇଦ୍ରାବାଦ ୩ଟି ମ୍ୟାଚ ଏ ପର୍ଯ୍ୟନ୍ତ ଖେଳିଛି । ଦଳ ୨ଟି ମ୍ୟାଚରେ ପରାଜିତ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଜିତିଛି । ଏବେ ପଂଏଟ ଟେବୁଲରେ ହାଇଦ୍ରାବାଦ ୮ମ ସ୍ଥାନରେ ରହିଛି । ସନରାଇଜର୍ସ ତାର ପରବର୍ତୀ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ । ପ୍ୟାଟ କୁମିନ୍ସଙ୍କ ଚଳିତ ସଂସ୍କରଣରେ ହାଇଦ୍ରାବାଦର ନେତୃତ୍ୱ ନେଉଛନ୍ତି । ଟ୍ରେଭିସ ହେଡ, ଈଶାନ କିଶାମ, ହେନେରିକ କ୍ଲାସେନ ଓ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଦଳର ମୂଖ୍ୟ ଅସ୍ତ୍ର ସାଜିଛନ୍ତି ।
Comments are closed.