Latest Odisha News

ଏସିଆ କପ କ୍ରିକେଟ: ହାମ୍ବୋନଟୋଟାରେ ହୋଇପାରେ ସୁପର ୪ ମୁକାବିଲା

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟ ହାଇବ୍ରିଡ ମଡେଲରେ ଖେଳାଯାଉଛି । ଶ୍ରୀଲଙ୍କାରେ ଖେଳାଯାଉଥିବା ମ୍ୟାଚ ବର୍ତମାନ ବର୍ଷା ଯୋଗୁ ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି । ରିପୋର୍ଟ ମୁତାବକ କ୍ରମାଗତ ବର୍ଷାକୁ ଆଖି ଆଗରେ ଏସିସି ସୁପର ୪ ଷ୍ଟେଜ ପାଇଁ ଭେନ୍ୟୁ ପରିବର୍ତନ କରିବା ନେଇ ବିଚାର କରୁଛି । କଲମ୍ବୋରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଯୋଗୁ ଏବେ ସୁପର ୪ ମୁକାବିଲା ହାମ୍ବୋନଟୋଟାରେ କରିବା ପାଇଁ ଆଲୋଚନା ଚାଲିଛି । ଏଠାରେ ବର୍ଷା ସମ୍ଭାବନା କମ ରହିଛି । କଲମ୍ବୋରେ ସୁପର ୪ ଷ୍ଟେଜର ପ୍ରଥମ ମ୍ୟାଚ ସେପ୍ଟମ୍ବର ୯ରେ ଖେଳାଯିବ । ୧୦ ସେପ୍ଟମ୍ବର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପାକିସ୍ତାନ ପ୍ରଥମ ଦଳ ଭାବେ ସୁପର ୪କୁ କ୍ୱାଲିଫାଇ କରି ସାରିଛି । ପାକିସ୍ତାନ ସହ ଭାରତର ପ୍ରଥମ ମ୍ୟାଚ ବାତିଲ ହୋଇଯାଇଛି । ନେପାଳ ବିପକ୍ଷରେ ବିଜୟ କିମ୍ବା ବର୍ଷା ଯୋଗୁ ମ୍ୟାଚ ବାତିଲ ହେଲେ ଟିମ ଇଣ୍ଡିଆ ସୁପର ୪ରେ ପ୍ରବେଶ କରିବ । ଯଦି ଏହା ହୁଏ ତେବେ ପୁନର୍ବାର ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ପ୍ରଥମ ହାଇ ଭୋଲଟେଜ ମୁକାବିଲା ବାତିଲ ହୋଇଥିବାରୁ ଏସିସି କିପରି ଆଗକୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ବର୍ଷା ଯୋଗୁ ଧୋଇ ନ ହେବ ସେଥିପାଇଁ ଉଦ୍ୟମ ଆରମ୍ଭ କରିଛି ।

Leave A Reply

Your email address will not be published.