ନୂଆଦିଲ୍ଲୀ: ଆପ ସରକାରର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ସରକାର ନଭେମ୍ବର ୬ ତାରିଖ ଯାଏ ବଢାଇଛନ୍ତି । ସୁପ୍ରିମକୋର୍ଟ ମେଡିକାଲ ଆଧାରରେ ସତ୍ୟେନ୍ଦ୍ର ଜୈନଙ୍କର ଏହି ଜାମିନ ଅବଧି ବୃଦ୍ଧି କରିଛନ୍ତି । ଏବେ ସୁପ୍ରିମ କୋର୍ଟରେ ସତ୍ୟେନ୍ଦ୍ର ଜୈନଙ୍କ ନିୟମିତ ଜାମିନର ଶୁଣାଣି ନଭେମ୍ବର ୬ ତାରିଖରେ କରାଯିବ । ସୂଚନାଥାଉ କି, ଦିଲ୍ଲୀର ପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଦେହ ଅସୁସ୍ଥ ଥିବାରୁ ମେ’ ୨୬ ତାରିଖରେ ୬ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ ସୁପ୍ରମକୋର୍ଟ । ଏହା ପରେ ସତ୍ୟେନ୍ଦ୍ର ଜୈନଙ୍କର ଲୋୟର ସ୍ପାଇନରେ ଅପରେଶନ ହୋଇଥିଲା । ଏହା ପରେ ସେ ଲଗାତାର ଜାମିନରେ ରହି ଆସୁଛନ୍ତି ।
୨୦୧୭ ଅଗଷ୍ଟ ୨୪ ତାରିଖରେ ସିବିଆଇ ସତ୍ୟେନ୍ଦ୍ର ଜୈନ, ପୁନମ ଜୈନ, ଅଜିତ ପ୍ରସାଦ ଜୈନ, ସୁନିଲ କୁମାର ଜୈନ, ବୈଭବ ଜୈନ ଏବଂ ଅଙ୍କୁଶ ଜୈନଙ୍କ ବିରୋଧରେ ଦୁର୍ନୀତି ନିବାରଣ ନିୟମ ୧୯୮୮ ଅନୁସାରେ ଏଫଆଇଆର ରୁଜୁ କରିଥିଲା । ଏହି ଏଫଆଇଆର ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସତ୍ୟେନ୍ଦ୍ରଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗର ଯାଞ୍ଚ କରୁଥିଲା ।
Comments are closed.