ଭୁବନେଶ୍ବର: ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ୍ ଖାରଜ କରିଛନ୍ତି ସୁପ୍ରିକକୋର୍ଟ । ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଆଗୁଆ ଜାମିନ ହାଇକୋର୍ଟରେ ଖାରଜ ହେବା ପରେ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଜୟନାରାୟଣ । ଆରେଷ୍ଟ ସମ୍ଭାବନା ନେଇ ଆଗୁଆ ଜାମିନ୍ ମାଗିଥିଲେ । ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।
ତେବେ ଜୟନାରାୟଣଙ୍କ ଓକିଲଙ୍କ କହିବା ଅନୁଯାୟୀ, ଏନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ । ହେଲେ ରାଜ୍ୟ ସରକାର ଏ ଘଟଣାରେ କୌଣସି ଗିରଫଦାରୀ ନହେବା ସ୍ପଷ୍ଟ କରିଥିଲେ । ଯେହେତୁ ଗିରଫଦାରୀର ସମ୍ଭାବନା ନାହିଁ, ତେଣୁ ଆଗୁଆ ଜାମିନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।
ତେବେ କହିରଖୁଛୁ, ଗତ ଫେବୃଆରୀ ୧୫ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରି ବିଜେପି କର୍ମୀ ବିକ୍ଷୋଭ କରୁଥିବା ସମୟରେ ଧନୁପାଲୀ ଆଇଆଇସି ଅନୀତା ପ୍ରଧାନଙ୍କୁ ଜୟନାରାୟଣ ଆକ୍ରଣମ କରିଥିବା ଅଭିଯୋଗ ହୋଇଥିଲା । ଘେରାଉ ସମୟରେ ଜୟନାରାୟଣ ମିଶ୍ର ଧନୁପାଲି ଥାନା ଆଇଆଇସିଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ପ୍ରଥମେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ବିଧାୟକ । ହେଲେ ସେଠୁ ତାଙ୍କୁ ଆଶ୍ବସ୍ତି ନମିଳିବାରୁ ପରେ ସେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
Comments are closed.