Latest Odisha News

ବାପାଙ୍କ ମୃତଦେହକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ବିବାଦ, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବରିଷ୍ଠ ସିପିଏମ୍ ନେତା ଏମଏମ ଲରେନ୍ସଙ୍କ ଝିଅମାନଙ୍କ ଦ୍ଵାରା କରାଯାଇଥିବା ଆବେଦନକୁ ଗତକାଲି ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଦାୟର ହୋଇଥିବା ଆବେଦନରେ ଲରେନ୍ସଙ୍କ ଝିଅମାନେ ତାଙ୍କ ପିତାଙ୍କ ମୃତଦେହକୁ ସରକାରୀ ଡାକ୍ତରଖାନା ବଦଳରେ ତାଙ୍କୁ ହସ୍ତାନ୍ତର କରିବାକୁ ଅନୁରୋଧ କରିଥିଲେ। ଜଷ୍ଟିସ୍ ହୃଷିକେଶ ରାୟ ଏବଂ ଏସବି ଏନ ଭଟ୍ଟୀଙ୍କ ଏକ ବେଞ୍ଚ କେରଳ ହାଇକୋର୍ଟଙ୍କ ଦ୍ଵାରା ଡିସେମ୍ବର ୧୮,୨୦୨୪ରେ ଦିଆଯାଇଥିବା ରାୟରେ କୌଣସି ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ।

କେରଳ ହାଇକୋର୍ଟ ପୂର୍ବରୁ ଦିବଙ୍ଗତ ନେତା ଲରେନ୍ସଙ୍କ ଝିଅ ଆଶା ଲରେନ୍ସ ଏବଂ ସୁଜାତା ବୋବନଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିକୋର୍ଟର ଦ୍ଵାରସ୍ଥ ହୋଇଥିଲେ ଲରେନ୍ସଙ୍କ ଝିଅ । କେରଳ ହାଇକୋର୍ଟ କହିଥିଲେ ଯେ ଦିବଙ୍ଗତ ନେତା ଲରେନ୍ସଙ୍କ ଝିଅ ଆଶା ଲରେନ୍ସ ଦାବି କରିନାହାଁନ୍ତି ଯେ ତାଙ୍କ ପିତା କେବେବି ଖ୍ରୀଷ୍ଟିଆନ ଧର୍ମର ରୀତିନୀତି ଏବଂ ପ୍ରଥା ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର ହେଉ ବୋଲି ଚାହିଁନାହାଁନ୍ତି । ସେପଟେ ଲରେନ୍ସଙ୍କ ପୁଅ ସାଜିଭାନ୍ କହିଥିଲେ ଯେ, ତାଙ୍କ ପିତା ଚାହୁଁଥିଲେ ଯେ ତାଙ୍କ ଶରୀର ବୈଜ୍ଞାନିକ ଅଧ୍ୟୟନ ପାଇଁ ଦାନ କରାଯାଉ। ସେପଟେ ମେଡିକାଲ କଲେଜ ଅଧିକାରୀମାନଙ୍କ କହିବା ଅନୁସାରେ ଲରେନ୍ସଙ୍କ ପୁଅ ସଜୀବନଙ୍କ ଦ୍ଵାରା ଦାଖଲ କରାଯାଇଥିବା ସୂଚନା ଅନୁଯାୟୀ କମ୍ୟୁନିଷ୍ଟ ନେତା ମାର୍ଚ୍ଚ ୨୦୨୪ରେ ଦୁଇଜଣ ସାକ୍ଷୀଙ୍କ ସାମ୍ନାରେ ତାଙ୍କ ଶରୀରକୁ ଶିକ୍ଷାଗତ ଉଦ୍ଦେଶ୍ୟରେ କଲେଜକୁ ହସ୍ତାନ୍ତର କରିବାକୁ ସମ୍ମତି ପ୍ରଦାନ କରିଥିଲେ।

ସୂଚନା ଅନୁଯାୟୀ ଗତ ୨୧ ସେପ୍ଟେମ୍ବର ୨୦୨୪ରେ ସିପିଏମ୍ ନେତା ଲରେନ୍ସଙ୍କ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ତାଙ୍କର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏର୍ନାକୁଲାମ ଟାଉନ ହଲରେ ରଖାଯାଇଥିଲା । କିନ୍ତୁ ସେପ୍ଟେମ୍ବର ୨୩ରେ ଦେଖିବାକୁ ମିଳିଥିଲା ପାରିବାରିକ ନାଟକୀୟ ଦୃଶ୍ୟ । ସ୍ୱର୍ଗତ ନେତାଙ୍କ ଝିଅ ଆଶା ଲରେନ୍ସ ତାଙ୍କ ମୃତଦେହକୁ ମେଡିକାଲ କଲେଜକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ତାଙ୍କ ପୁଅ ପିତାଙ୍କ ମୃତଦେହକୁ ମେଡିକାଲ କଲେଜରେ ଶିକ୍ଷାଗତ ଉଦ୍ଦେଶ୍ୟରେ ଦାନ କରିବାର ନିଷ୍ପତ୍ତି ନେଇଥିଲେ । ଯାହାକୁ ନେଇ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ ଝିଅ ଆଶା ଲରେନ୍ସ । ତାଙ୍କ ଭଉଣୀ ସୁଜାତା ମଧ୍ୟ ତାଙ୍କ ସହ ସାମିଲ ହୋଇଥିଲେ । ତେବେ ଅକ୍ଟୋବର ୨୩ରେ ହାଇକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଯାହାକୁ ନେଇ ସୁପ୍ରିମକୋର୍ଟ ଝାଇଥିଲେ ୨ ଭଉଣୀ ।

Leave A Reply

Your email address will not be published.