Latest Odisha News

ଆଶ୍ୱସ୍ତି ପାଇଁ ଯାଇଥିଲେ, କିନ୍ତୁ କଡ଼ା ପ୍ରଶ୍ନ ପଚାରି ମମତା ସରକାରକୁ ଘାଇଲା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାସନ ଦୁର୍ନୀତି ଏବଂ ସନ୍ଦେଶଖାଲି ଯୌନ ନିର୍ଯାତନା ଏବଂ ଜମି ଜବରଦଖଲ ମାମଲାରେ ସମସ୍ତ ୪୨ଟି ଏଫଆଇଆର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରିବାକୁ କଲିକତା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରୁଥିବା ପଶ୍ଚିମବଙ୍ଗ ସରକାରଙ୍କ ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।

ଜଷ୍ଟିସ୍ ବିଆର୍ ଗବାଇ ଓ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ରାଜ୍ୟ ସରକାର କାହିଁକି କାହାକୁ ସୁରକ୍ଷା ଦେବାକୁ ଆଗ୍ରହୀ ହେଉଛନ୍ତି?

ଏପ୍ରିଲ ୨୯ତାରିଖରେ ମଧ୍ୟ ଏହି ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ପଚାରିଥିଲେ ଯେ କିଛି ବ୍ୟକ୍ତିଗତ ବ୍ୟକ୍ତିଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ କାହିଁକି ଆବେଦନକାରୀ ଭାବେ ଆସିବ?

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଦାଖଲ କରିଥିବା ଆବେଦନରେ ରାଜ୍ୟ ସରକାର କହିଛନ୍ତି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପୋଲିସ ବାହିନୀ ସମେତ ସମଗ୍ର ରାଜ୍ୟ ବ୍ୟବସ୍ଥାକୁ ନିରାଶ କରିଛି। ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାର ସିବିଆଇ ତଦନ୍ତ କରୁଛି ଏବଂ ଜାନୁଆରୀ ୫ ରେ ଘଟିଥିବା ଘଟଣା ସହ ଜଡିତ ତିନୋଟି ଏଫଆଇଆର ରୁଜୁ କରିଛି।

ଏପ୍ରିଲ ୨୯ରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ଯେ ବ୍ୟକ୍ତି ବିଶେଷଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ କାହିଁକି ଆବେଦନକାରୀ ଭାବରେ କାର୍ଯ୍ୟ କରୁଛି? ହାଇକୋର୍ଟଙ୍କ ଏହି ଆଦେଶ ପୁଲିସ ବାହିନୀ ସମେତ ସରକାରୀ ବ୍ୟବସ୍ଥାକୁ ନିରାଶ କରିଛି ବୋଲି ରାଜ୍ୟ ସରକାର ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ସିବିଆଇ ତଦନ୍ତ କରୁଛି ଏବଂ ଜାନୁଆରୀ ୫ରେ ଘଟିଥିବା ଘଟଣା ସହ ଜଡିତ ତିନୋଟି ଏଫଆଇଆର ରୁଜୁ କରିଛି। ତଦନ୍ତ ଉପରେ ନଜର ରଖିବେ ବୋଲି ଦର୍ଶାଇ ହାଇକୋର୍ଟ ସିବିଆଇକୁ ବେଆଇନ ଭାବେ ଚାଷ ଜମିକୁ ଜଳାଶୟରେ ପରିଣତ କରିବା ନେଇ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ସନ୍ଦେଶଖାଲିରେ ମହିଳାଙ୍କ ବିରୋଧରେ ଅପରାଧ ଓ ଜମି ଜବରଦଖଲ ଅଭିଯୋଗର ତଦନ୍ତ ପାଇଁ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ତାରିଖରେ ସିବିଆଇ ଏହି ମାମଲାଉପରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବ।

Comments are closed.