Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ ଘଟଣାର ଯାଞ୍ଚ କରୁଥିବା ଜଷ୍ଟିସଙ୍କୁ ଧମକପୂର୍ଣ୍ଣ କଲ୍‌

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ ଘଟଣାର ଯାଞ୍ଚ କରୁଥିବା ପ୍ୟାନେଲର ନେତୃତ୍ୱ ନେଇଥିବା ପୂର୍ବତନ ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କୁ ଧମକ ଦିଆଯାଇଥିବା ଜଣାପଡିଛି।

ରିପୋର୍ଟ ଅନୁଯାୟୀ ଜଷ୍ଟିସ୍ ଇନ୍ଦୁ ମଲହୋତ୍ରାଙ୍କୁ ଏକ ଧମକପୂର୍ଣ୍ଣ କଲ ଆସିଛି। କଲ୍ କରୁଥିବା ବ୍ୟକ୍ତି କିମ୍ବା ସମ୍ପୃକ୍ତ ଗୋଷ୍ଠୀ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। କିନ୍ତୁ ଏହି ଘଟଣା ଏକ ବଡ଼ ଷଡଯନ୍ତ୍ରକୁ ସୂଚାଉଛି ବୋଲି କୁହାଯାଉଛି।

ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କୁ ଗତ ସପ୍ତାହରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନର ଯାଞ୍ଚ କରୁଥିବା ପ୍ୟାନେଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହାପୂର୍ବରୁ ସୁପ୍ରିମକୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ମାମଲାରେ ମାମଲା ରୁଜୁ କରିଥିବା ଓକିଲମାନେ ମଧ୍ୟ ଧମକ ପାଇଥିଲେ। ଏହି ଧମକ ପଛରେ ଖାଲିସ୍ତାନୀ ସଂଗଠନ ଶିଖ୍ ଫର ଜଷ୍ଟିସ୍‌ର ହାତ ଥିବା କୁହାଯାଇଥିଲା।

Comments are closed, but trackbacks and pingbacks are open.