Latest Odisha News

BREAKING NEWS

ବିଲ୍‌କିସ୍‌ଙ୍କ ଦୁଷ୍କର୍ମକାରୀଙ୍କୁ ସଜା ପୂର୍ବରୁ ଛାଡି ଦେବା ଘଟଣା: ଗୁଜରାଟ ସରକାଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀଗୁଜରାଟ ଦଙ୍ଗା ମାମଲାରେ ରାଜ୍ୟ ସରକାର ୧୧ ଜଣଙ୍କୁ ସଜା ପୂର୍ବରୁ ଛାଡି ଦେବା ଘଟଣାକୁ ସୁପ୍ରିମକୋର୍ଟରେ ଗତବର୍ଷ ନଭେମ୍ବର ମାସରେ ଚ୍ୟାଲେଞ୍ଜ କରିଥିଲେ ପୀଡ଼ିତା ବିଲକିସନ ବାନୁ। ଗତକାଲି (ଏପ୍ରିଲ ୧୮) କୋର୍ଟ ଏହାର ଶୁଣାଣି କରି ଗୁଜରାଟ ସରକାରଙ୍କୁ ତାଗିଦ୍ କରିଛନ୍ତି। କେଉଁ ଆଧାରରେ ଦୋଷୀଙ୍କୁ କ୍ଷମା ଦେଇ ଛାଡ଼ି ଦିଆଗଲା ? ଆଜି ବିଲ୍‌କିସ ବାନୁ କାଲି ଆଉ କାହାର ଏଭଳି ସ୍ଥିତି ହେବେ ସେତେବେଳେ ? କ୍ଷମତାର ଅପବ୍ୟବହାର ନହେବା ଉଚିତଷ ଏହା ଲୋକଙ୍କ ହିତରେ ହେବା ଉଚିତ୍ ବୋଲି ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି।

ଏହା ପୂର୍ବରୁ ମାର୍ଚ୍ଚ ୨୭ ତାରିଖରେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କ୍ଷମା ଦେଇ ସଜା ପୂରା ପୂର୍ବରୁ ଦୋଷୀଙ୍କୁ ଛାଡ଼ିଦେବା(ରିମିସନ ଗ୍ରାଉଣ୍ଡ) ମାମଲାରେ ଫାଇଲ୍‌ ମାଗିଥିଲେ। ହେଲେ ରାଜ୍ୟ ସରକାର ଫାଇଲ୍ ଦେବାକୁ ଚାହୁଁ ନାହନ୍ତି। କୋର୍ଟଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ଆଉ ଏକ ଆବେଦନ କରିଛନ୍ତି।

ଏହି ମାମଲାରେ ଜଷ୍ଟିସ କେଏମ୍‌ ଜୋସେଫ୍ ଓ ବିଭି ନାଗରତ୍ନଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଖଣ୍ଡପୀଠ କହିଥିଲେ ଏହା ଏମିତି ଏକ ମାମଲା ଯେଉଁଠି ଜଣେ ଗର୍ଭବତୀଙ୍କ ସହ ଗଣଦୁଷ୍କର୍ମ ସହ ତାଙ୍କ ପରିବାର ୭ ଜଣଙ୍କୁ ହତ୍ୟା କରାଯାଇଛି। ଏହା ଅତି ଭୟାନକ ମାମଲା। କେଉଁ ଦୃଷ୍ଟିରୁ ଆପଣ (ଗୁଜରାଟ ସରକାର) ଦୋଷୀ ଛାଡ଼ିଲେ ସେ ନେଇ ଆମେ ସବୁ ରେକର୍ଡ ଦେବାକୁ କହିଥିଲୁ। ଆମେ ଜାଣିବାକୁ ଚାହୁଁଥିଲୁ ଯେ ଆପଣ ଏହି ମାମଲାରେ ବିବେକ ଲଗାଇଛନ୍ତି କି ନା। ଯଦି ବିବେକ ଲଗାଇଛନ୍ତି ତେବେ କେଉଁ ଆଧାରରେ ଦୋଷୀଙ୍କୁ କ୍ଷମା ଦେବା କଥା ଚିନ୍ତା କଲେ କୁହନ୍ତୁ।?

ଶକ୍ତିର ପ୍ରୟୋଗ ପ୍ରକୃତ ଠିକ୍ ଦିଗରେ ହେଉ। କ୍ଷମତାର କୌଣସି ବେଆଇନ ପ୍ରୟୋଗ ନ ହେଉ ବୋଲି ଆମେ ସୁନିଶ୍ଚିତ କରିବାକୁ ଚାହୁଁଛୁ।

ସେହିପରି ଦୋଷୀମାନଙ୍କୁ ପାରୋଲ ମିଳିବା କଥା ବି ଉଠାଇଥିଲେ ବିଚାରପତି। ସମସ୍ତଙ୍କୁ ପୂର୍ବରୁ ୧୦୦୦ ଦିନର ପାରୋଲ ମିଳିସାରିଛି ବୋଲି କୋର୍ଟ କହିଛନ୍ତି। ଦୋଷୀଙ୍କୁ ଏଭଳି ଛାଡ଼ି ଦେବା ସମ୍ପ୍ରଦାୟ ଓ ସମାଜ ବିରୋଧରେ ଏକ ଅପରାଧ। ଏମିତି କରି ଆପଣ କଣ ମେସେଜ୍ ଦେବାକୁ ଚାହୁଁଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଯେତେବେଳେ ବି ଶକ୍ତିର ପ୍ରୟୋଗ କରାଯାଉଛି ତାହା ଜନତାଙ୍କ ହିତରେ ହେବା ଦରକାର ବୋଲି କୋର୍ଟ କହିଛନ୍ତି।

ସେହିଭଳି ଏହି ମାମଲାରେ କୋର୍ଟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ମାଗିଥିଲେ ବି ରିପୋର୍ଟ ମଳିପାରି ନାହିଁ। ଏଥିପାଇଁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାରମ୍ବାର କହିବା ସତ୍ତ୍ୱେ ବି ଗୁଜରାଟ ସରକାର ସମୟ ପୂର୍ବରୁ ଆଜୀବନ ସଜା ଦୋଷୀଙ୍କୁ ଛାଡ଼ିବା ସମ୍ପର୍କିତ ଡକ୍ୟୁମେଣ୍ଟ ଦେଉ ନାହାନ୍ତି। ଯଦି ଆମକୁ ଫାଇନ ନ ଦିଆଯାଏ ତେବେ ଆମେ ଆମର ନିଷ୍କର୍ଶ ବାହାର କରିପାରିବୁ। ଏଥିସହିତ ଆମେ ନିଜ ଆଡ଼ୁ ଆପଣଙ୍କ ଉପରେ କୋର୍ଟ ଅବମାନନା ମାମଲା କରିବୁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି।

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ଫାଇଲ୍‌ ମାଗିବାକୁ ନେଇ ପୁନଃ ଆବେଦନ କରିପାରନ୍ତି ଗୁଜରାଟ ସରକାର। ଏନେଇ କେନ୍ଦ୍ର ଗୁଜରାଟ ସରକାରଙ୍କର ଅଡିସିନାଲ୍ ସଲିସିଟର ଜେନେରାଲ
ଏସ୍‌ଭି ରାଜୁ କହିଛନ୍ତି ଯେ କୋର୍ଟଙ୍କ ଫାଇଲ୍‌ ମାଗିବା ବିଚାର ଉପରେ ପୁନର୍ବିଚାର କରିବାକୁ ଆମେ ଆବେଦନ କରୁଛୁ। ଆମେ ରିଭ୍ୟୁ ଦାଖଲ କରୁଛୁ। ଫାଇଲ୍ ପୈଠ କରିବାକୁ ସମୟ ମାଗିଛୁ। ଏହା ସରକାରଙ୍କର ବିଶେଷାଧିକାର ବୋଲି କୋର୍ଟଙ୍କୁ କହିଛନ୍ତି ରାଜୁ।

ପକ୍ଷ ରଖି ରାଜୁ କହିଛନ୍ତି ଯେ ୨୦୦୨ ଗୁଜରାଟ ଦଙ୍ଗା ସମୟରେ ସାମୁହିକ ଦୁଷ୍କର୍ମ ଓ ପରିବାର ୭ ସଦସ୍ୟଙ୍କ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କର ୧୧ ଦୋଷୀଙ୍କୁ ସଜା କୋହଳ କରିବା ନିଷ୍ପତ୍ତି ବିରୋଧରେ ବି ଏକ ଆବେଦନ କରାଯାଇଛି। ଯେଉଁଥିରେ ସେ କହିଛନ୍ତି ଦୁଷ୍କର୍ମର ଦୋଷୀଙ୍କୁ ସମୟ ପୂର୍ବରୁ ଛାଡ଼ି ଦେବା ସମାଜର ଅନ୍ତରାତ୍ମାକୁ ଭାଙ୍ଗି ଦେଇଛି।

Comments are closed.