Latest Odisha News

BREAKING NEWS

ମୋଦିଙ୍କୁ ନିର୍ବାଚନ ଲଢ଼ିବା ନେଇ ବାରଣ ହୋଇଥିବା ଅଭିଯୋଗକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ ଲଢ଼ିବା ନେଇ ବାରଣ ହୋଇଥିବା ଅଭିଯୋଗକୁ  ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଏସ୍‌ସି ଶର୍ମାଙ୍କ ଖଣ୍ଡପୀଠ ଆବେଦନକାରୀଙ୍କୁ ଉପଯୁକ୍ତ ଅଧିକାରୀଙ୍କ ପାଖରେ ନିଜର ଅଭିଯୋଗ ଜଣେଇବାକୁ କହିଛନ୍ତି।

ଖଣ୍ଡପୀଠ କହିଛନ୍ତି, ଆପଣ ଉପଯୁକ୍ତ ଅଧିକାରୀଙ୍କ ପାଖରେ ଉପସ୍ଥାପନ କରିଛନ୍ତି କି? ଏଠାକୁ ଆସିବା ପୂର୍ବରୁ ଆପଣଙ୍କୁ ପ୍ରଥମେ ଉପଯୁକ୍ତ ଅଧିକାରୀଙ୍କ ପାଖରେ ନିଜର ଅଭିଯୋଗ ଦାଖଲ କରିବାକୁ ପଡ଼ିବ । ୨୦୨୪ ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ବେଳେ ଘୃଣା ସୃଷ୍ଟିକାରୀ ବୟାନ ଦେଇଛନ୍ତି ଓ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରି ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ହେଲେ ସୁପ୍ରିମକୋର୍ଟ ମୋଦିଙ୍କୁ ନିର୍ବାଚନ ଲଢ଼ିବା ଓ ନିର୍ବାଚନ ପ୍ରକ୍ରିୟାରୁ  ୬ ବର୍ଷ ପାଇଁ ବ୍ୟାନ କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ।

 

Comments are closed.