Latest Odisha News

BREAKING NEWS

ଭାରତ-ପାକିସ୍ତାନ ମ୍ୟାଚ ହେବାକୁ ଦିଅ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଚଳିତ ଏସିଆ କପ କ୍ରିକେଟରେ ସେପ୍ଟମ୍ବର ୧୪ରେ ଭାରତ-ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଖେଳାଯିବ । ୟୁଏଇ ବିପକ୍ଷରେ ରେକର୍ଡ ବିଜୟ ହାସଲ କରି ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ପୂର୍ବରୁ ଏହି ମ୍ୟାଚକୁ ବାତିଲ କରିବା ନେଇ ଜଣେ ବ୍ୟକ୍ତି ମାମଲା ଦାୟର କରିଥିଲେ । ଏହାର ଶୁଣାଣୀ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ମ୍ୟାଚ ହେବାକୁ ଦିଅ । ଆମେ ଏହାକୁ ବନ୍ଦ କରିବୁ ନାହିଁ । ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅନ୍ୟାନ୍ୟ ଘଟଣାକୁ ଉଲ୍ଲେଖ କରି ଉର୍ବଶୀ ଜୈନଙ୍କ ନେତୃତ୍ୱରେ ୪ଜଣ ଏଲଏଲବି ଛାତ୍ର ଏହି ମ୍ୟାଚ ଜାତୀୟ ଭାବନାର ଉପହାସ ବୋଲି କହି ବନ୍ଦ କରିବା ପାଇଁ ଆବେଦନ କରିଥିଲେ ।

ବିଚାରପତି ଜେକେ ମାହେଶ୍ୱରୀ ଏବଂ ବିଜୟ ବିଷ୍ଣୋଇ ଏହାର ଶୁଣାଣୀ କରି ଉପରୋକ୍ତ ଶୁଣାଣୀ କରିଥିଲେ । ଏବେ ଏହି ମ୍ୟାଚକୁ ନେଇ ଭାରତରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଆଗକୁ ଏହି ମ୍ୟାଚ ନେଇ ତୀବ୍ର ବିରୋଧ କରାଯିବ ବୋଲି କହିଛନ୍ତି । ଏହା ଏକ ବହୁରାଷ୍ଟ୍ରୀୟ ମୁକାବିଲା ଏବଂ ନିରପେକ୍ଷ ସ୍ଥାନରେ ଖେଳାଯାଉଛି ।

Comments are closed.