ନୂଆଦିଲ୍ଲୀ: ନାବାଳିକାଙ୍କ ସ୍ତନ ଧରିବା କିମ୍ବା ପୋଷାକ ଟାଣିବା ଦୁଷ୍କର୍ମ ନୁହେଁ।ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ବର୍ଷିଲେ ସୁପ୍ରିମକୋର୍ଟ।ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ନିଷ୍ପତ୍ତି ସମ୍ବେଦନଶୀଳତାର ଘୋର ଅଭାବକୁ ଦର୍ଶାଉଛି।
ଶୁଣାଣି ସମୟରେ ଜଷ୍ଟିସ୍ ଭୂଷଣ ଆର ଗଭାଇ କହିଥିଲେ ଯେ ଜଣେ ବିଚାରପତିଙ୍କ ଦ୍ୱାରା ଏପରି କଠୋର ଶବ୍ଦ ବ୍ୟବହାର କରାଯାଇଥିବାରୁ ଆମେ ଦୁଃଖିତ। ଆମେ ହାଇକୋର୍ଟର ନିର୍ଦ୍ଦେଶ ଦେଖିଛୁ। ହାଇକୋର୍ଟଙ୍କ ଆଦେଶ ଅନୁଚ୍ଛେଦ ୨୪, ୨୫ ଏବଂ ୨୬ ବିଚାରପତିଙ୍କ ସମ୍ବେଦନଶୀଳତାର ସମ୍ପୂର୍ଣ୍ଣ ଅଭାବକୁ ପ୍ରତିଫଳିତ କରୁଛି। ନିଷ୍ପତ୍ତି ତୁରନ୍ତ ନିଆଯାଇ ନଥିଲା ବରଂ ଚାରି ମାସ ସଂରକ୍ଷଣ ରଖିବା ପରେ ଘୋଷଣା କରାଯାଇଥିଲା। ଏହାର ଅର୍ଥ ହେଉଛି ସମ୍ପୂର୍ଣ୍ଣ ବିଚାର ପରେ ନିଷ୍ପତ୍ତି ନିଆଯାଇଛି। ରାୟରେ ଅନେକ କଥା ଆଇନଗତ ଭାବରେ ଭୁଲ ଏବଂ ଅମାନବୀୟ ମନେହୁଏ।
ଉଲ୍ଲେଖଯୋଗ୍ୟ, ସ୍ତନ ଧରିବା, ତାଙ୍କ ପାଇଜାମାର ନାଡା ଟାଣିବା ଏବଂ ତାଙ୍କୁ କଲଭର୍ଟ ତଳକୁ ଟାଣି ନେବାକୁ ଚେଷ୍ଟା କରିବାକୁ ଦୁଷ୍କର୍ମ ବିବେଚନା କରାଯିବ ନାହିଁ ବୋଲି ମାର୍ଚ୍ଚ ୧୭ରେ ଏକ ଶୁଣାଣି ବେଳେ ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଥିଲେ। କାସଗଞ୍ଜର ପାଟିଆଲି ଥାନାରେ ରୁଜୁ ହୋଇଥିବା ଏକ ମାମଲାର ଶୁଣାଣି କରି ଜଷ୍ଟିସ୍ ରାମ ମନୋହର ନାରାୟଣ ମିଶ୍ର ଏହି ମନ୍ତବ୍ୟ ଦେଇଥିଲେ। ଏପରିକି ଏହି କାର୍ଯ୍ୟ ଦୁଷ୍କର୍ମ କିମ୍ବା ଦୁଷ୍କର୍ମ ପ୍ରୟାସ ଭଳି ନୁହେଁ, ବରଂ କମ୍ ଯୌନ ନିର୍ଯାତନା ଅଭିଯୋଗ ଅନ୍ତର୍ଗତ ଅଟେ ବୋଲି କୋର୍ଟ କହିଥିଲେ।
Comments are closed.