Latest Odisha News

BREAKING NEWS

ନୂଆ କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଉପରେ ରୋକ୍ ଲଗାଇଛନ୍ତି  ସୁପ୍ରିମକୋର୍ଟ। ଏପରିକି ଆଗାମୀ ନିର୍ଦ୍ଦେଶ ନଆସିବା ଯାଏଁ ଏହା ବଳବତ୍ତର ରହିବ।

ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଏହି ବେଞ୍ଚ କୃଷି ଆଇନ ଉପରେ ଶୁଣାଣି କରି ଏକ କମିଟି ମଧ୍ୟ ଗଠନ କରିଛନ୍ତି। ଯେଉଁମାନେ ଏହି ଆଇନକୁ ନେଇ ଉଭୟ ସରକାର ଓ କୃଷକଙ୍କ ମଧ୍ୟରେ ଜାରି ବିବାଦକୁ ବୁଝିବା ସହ  ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ।

ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଏହି କମିଟିରେ ଭାରତୀୟ କୃଷକ ସଂଘର ଭୁପେନ୍ଦ୍ର ସିଂ ମନ୍, ଡକ୍ଟର ପ୍ରମୋଦ କୁମାର ଯୋଶୀ, ଅଶୋକ ଗୁଲାଟି (କୃଷି ବିଶେଷଜ୍ଞ) ଏବଂ ଅନିଲ ଘନବନ୍ତଙ୍କ ସମେତ ୪ଜଣ ରହିଛନ୍ତି।

Comments are closed.