ନୂଆଦିଲ୍ଲୀ: ଗତ ଜୁଲାଇ ୬ରେ ୟୁଜିସି ଜାରି କରିଥିବା ସର୍କୁଲାରକୁ ସମର୍ଥନ କରିଛନ୍ତି ସୁପ୍ରିମକୋର୍ଟ । ଯେଉଁଥିରେ ସେପ୍ଟେମ୍ବର ୩୦ ସୁଦ୍ଧା ୟୁଜି/ପିଜି ଶେଷ ବର୍ଷ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହି ଅବସରରେ ଜଷ୍ଟିସ୍ ଅଶୋକ ଭୂଷଣ, ଆର୍ ସୁଭାଷ ରେଡ୍ଡୀ ଏବଂ ଏମଆର ଶାହଙ୍କୁ ନେଇ ଗଠିତ ବେଞ୍ଚ କହିଛନ୍ତି ଯେ ରାଜ୍ୟ ସରକାର କରୋନା ମହାମାରୀ ଲାଗି ପରୀକ୍ଷାକୁ ବାତିଲ କରି ପାରିବେ ନାହିଁ । ସେମାନଙ୍କୁ ଯେ କୌଣସି ପରିସ୍ଥିତିରେ ପରୀକ୍ଷା କରାଇବାକୁ ହେବ ।
ବିପର୍ଯ୍ୟୟ ପରିଚାଳନା ଆଇନ୍ ଅନୁଯାୟୀ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ଗୁଡିକ ପରୀକ୍ଷାକୁ ସାମୟିକ ଭାବେ ସ୍ଥଗିତ କରିପାରନ୍ତି। ଏହାଛଡା ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପାସ୍ କରାଯାଇପାରିବ ନାହିଁ ବୋଲି କୋର୍ଟ ପ୍ରକାଶ କରିଥିଲେ ।
ହେଲେ ଓଡିଶା ସମେତ ଅନେକ ରାଜ୍ୟ ତଥା ଛାତ୍ରଛାତ୍ରୀ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରିବାକୁ ସୁପ୍ରିମକୋର୍ଟରେ ନିବେଦନ କରିଥିଲେ । ଯାହାକୁ ନେଇ ଶୁକ୍ରବାର ଦିନ କୋର୍ଟ ରାୟ ପ୍ରକାଶ କରିଛନ୍ତି ।
Comments are closed.