Latest Odisha News

BREAKING NEWS

ଧର୍ମାନ୍ତରୀକରଣ ଆଇନକୁ ବିରୋଧ କରି ହୋଇଥିବା ଆବେଦର ଶୁଣାଣି ଫେବ୍ରୁଆରୀ ୩କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟର ଧର୍ମାନ୍ତରୀକରଣ ଆଇନକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଫେବ୍ରୁଆରୀ ୩କୁ ଘୁଞ୍ଚାଇଲେ କୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଆଜି ମାମଲାରେ ମତ ରଖିଥିଲେ।  ଧର୍ମାନ୍ତରୀକରଣ ଆଇନକୁ ବିରୋଧ କରି ହୋଇଥିବା ସମସ୍ତ ଆବେଦନର ଶୁଣାଣି ଫେବୃଆରୀ ୩ ତାରିଖରେ କରାଯିବ ବୋଲି ଖଣ୍ଡପୀଠ କହିଥିଲେ।

ତେବେ ତା ପୂର୍ବରୁ ଧର୍ମାନ୍ତରୀକରଣ ସମ୍ପର୍କରେ ଆଇନ ଆଣିଥିବା ରାଜ୍ୟମାନଙ୍କୁ ନୋଟିସ କରାଯାଉ।  ମାମଲାର ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ଏହି ଆଇନ ଉପରେ ରୋକ୍ ଲଗଯାଉ ବୋଲି ବରିଷ୍ଠ ଆଇନଜୀବୀ ସିୟୁ ସିଂହ କୋର୍ଟରେ ଅନୁରୋଧ କରିଥିଲେ। କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବା ଶ୍ରୀ ସିଂହ ଆହୁରି କହିଥିଲେ ଯେ ରାଜ୍ୟଗୁଡ଼ିକ ପ୍ରସ୍ତୁତ କରିଥିବା ଆଇନ ପୂର୍ବ ଅପେକ୍ଷା ଆହୁରି ଭୟଙ୍କର। କାରଣ ଆଇନରେ ଏପରି ବ୍ୟବସ୍ଥା ହୋଇଛି ଯେ ଭିନ୍ନ ଧର୍ମର ଲୋକ ବିବାହ କରିବାରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଶୁଣାଣି ପର୍ଯ୍ୟନ୍ତ ଏସବୁ ରୋକାଯାଉ ବୋଲି ଶ୍ରୀ ସିଂହ କୋର୍ଟଙ୍କୁ ଅନୁରୋଧ କରିଥିଲେ

ଏହାର ଜବାବରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ସରକାରୀ ଓକିଲ ତୁଷାର ମେହେଟ୍ଟା ତିସ୍ତା ସୀତଲୱାଡ଼ା ଧର୍ମାନ୍ତରୀକରଣ ଆଇନ ବିରୋଧରେ ଆବେଦନ କରିବାକୁ ବିରୋଧ କରିଥିଲେ। ଏଭଳି ଆବେଦନ କରିବାରେ ତାଙ୍କ କରିବାର କୌଣସି ଅଧିକାର ନାହିଁ। କାରଣ ଆବେଦନ ଜରିଆରେ ତାଙ୍କର ରାଜନୀତିକ ଅଭିସନ୍ଧି ରହିଛି ଓ ସେ ନିଜେ ଠକେଇ ମାମଲାର ଅଭିଯୁକ୍ତ ବୋଲି ତୁଷାର ମେହେଟ୍ଟା କୋର୍ଟରେ ଯୁକ୍ତ ରଖିଥିଲେ। ମାମଲାରେ କିଛି ସମୟ ଶୁଣାଣି ଚାଲିବା ପରେ କୋର୍ଟ ପରବର୍ତ୍ତି ଶୁଣାଣି ଶୁକ୍ରବାର ହେବ ବୋଲି ଧାର୍ଯ୍ୟ କରିଛନ୍ତି।

 

Comments are closed.