Latest Odisha News

BREAKING NEWS

ଦେଶର ଗୃହିଣୀମାନଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ: କହିଲେ, ଗୃହିଣୀଙ୍କ ତ୍ୟାଗକୁ ସମ୍ମାନ ଦିଅ

ନୂଆଦିଲ୍ଲୀ: ଦେଶର ଗୃହିଣୀମାନଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ। ପୁରୁଷମାନଙ୍କୁ ଗୃହିଣୀ ମାନଙ୍କର ଭୂମିକା ଏବଂ ପରିବାର ପ୍ରତି ସେମାନଙ୍କର ତ୍ୟାଗକୁ ସମ୍ମାନ ଜଣାଇବାର ସମୟ ଆସିଯାଇଛି ବୋଲି ସର୍ବୋଚ୍ଚ ଅଦାଲତ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି।

ସ୍ତ୍ରୀକୁ ସ୍ୱାମୀ ଆର୍ଥୀକ କ୍ଷେତ୍ରରେ ସହାୟତା କରିବା ଆବଶ୍ୟକ ବୋଲି କୋର୍ଟ ମତ ଦେଇଛନ୍ତି। ତେଲେଙ୍ଗାନାର ଏକ ମାମଲାର ବିଚାର ସମୟରେ ଏପରି କହିଛନ୍ତି ସୁପ୍ରିମକୋର୍ଟ। ଛାଡପତ୍ର ଦେବା ପରେ ସ୍ତ୍ରୀକୁ ଭରଣପୋଷଣ ଦେବାକୁ ନେଇ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପରିବାରରେ ଗୃହିଣୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତୀୟ ପୁରୁଷମାନଙ୍କୁ ଗୃହିଣୀମାନଙ୍କ ତ୍ୟାଗକୁ ସମ୍ମାନ ଦେବାକ ସମୟ ଆସିଯାଇଛି।

ସ୍ୱାମୀମାନେ ସ୍ତ୍ରୀଙ୍କ ନାଁରେ ଜଏଣ୍ଟ ଆକାଉଣ୍ଟ ଖୋଲିବା ସହ ଏଟିଏମ ସୁବିଧା ଯୋଗେଇ ଦେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ‘ଆମେ ବିଶ୍ୱାସ କରୁ ଯେ ଜଣେ ବିବାହିତ ଭାରତୀୟ ପୁରୁଷ ସଚେତନ ହେବା ଉଚିତ୍ ଯେ ତାଙ୍କୁ ତାଙ୍କ ପତ୍ନୀଙ୍କୁ ଆର୍ଥିକ ସଶକ୍ତିକରଣ ଏବଂ ତାଙ୍କ ଯତ୍ନ ନେବାକୁ ପଡ଼ିବ। ତାଙ୍କ ପତ୍ନୀଙ୍କର କୌଣସି ସ୍ୱାଧୀନ ଆୟର ଉତ୍ସ ନାହିଁ। ଏହି କାରଣରୁ ତାଙ୍କ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ଆର୍ଥିକ ସମ୍ବଳ ଯୋଗାଇବା ଜରୁରୀ ଅଟେ। ତେଣୁ ଆଗାମୀ ଦିନରେ ଭାରତୀୟ ବିବାହିତ ପୁରୁଷମାନେ ଏହି କଥାକୁ ଧ୍ଯାନରେ ରଖିବା ଉଚିତ।”

Comments are closed.