ଭୁବନେଶ୍ୱର: କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡର ସଦସ୍ୟ ଭାବେ ଓଡ଼ିଆ ପୁଅ ସୁରଜିତ୍ ଭୁଜବଳଙ୍କୁ ନିଯୁକ୍ତି ମିଳିଛି । କେନ୍ଦ୍ର ସରକାରଙ୍କ ଚିଠି ଅନୁସାରେ, ୧୯୮୯ ବ୍ୟାଚର ଭାରତୀୟ ରାଜସ୍ୱ ଅଧିକାରୀ ସୁରଜିତଙ୍କୁ ସିବିଆଇସି ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ସେ ଏବେ ଡିଜିଜିଆଇର ପ୍ରିନ୍ସିପାଲ୍ ଡାଇରେକ୍ଚର ଜେନେରାଲ୍ ଅଛନ୍ତି ।
୧୯୮୮ ବ୍ୟାଚର ଆଇଆରଏସ୍ ଅଧିକାରୀ ସଞ୍ଜୟ କୁମାର ଅଗ୍ରୱାଲ ସିବିଆଇସିର ଅଧ୍ୟକ୍ଷ ହେବା ପରେ ତାଙ୍କ ସ୍ଥାନରେ ସୁରଜିତ୍ ଭୁଜବଳଙ୍କୁ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିବା ସୁରଜିତ୍ ଭୁବନେଶ୍ୱର ଓ ଦିଲ୍ଲୀରେ ପାଠ ପଢ଼ିଥିଲେ ।
ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ସୁରଜିତ୍ ୪ଟି ବିଷୟରେ ସ୍ନାତକୋତ୍ତର ହାସଲ କରିଛନ୍ତି । ୧୯୮୮ରେ ସେ ସିଭିଲ୍ ସର୍ଭିସେସ୍ ଅକଜାମରେ ଉତ୍ତୀର୍ଣ୍ଣ ହେବା ପରେ ଭାରତୀୟ ରାଜସ୍ୱ ସେବାରେ ନିଯୁକ୍ତି ପାଇଥିଲେ ।
Comments are closed.