Latest Odisha News

BREAKING NEWS

ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆସନ୍ତାକାଲି (ଡିସେମ୍ବର ୨୬) ବର୍ଷର ଶେଷ ସୂର୍ଯ୍ୟପରାଗ । ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ହେବା ନେଇ ସୂଚନା ମିଳିଛି । ଏହାସହ ଆଜି (ବୁଧବାର) ସାରାରାତି ଶ୍ରୀମନ୍ଦିର ଖୋଲା ରହିବା ସହ ଶ୍ରୀଜୀଉଙ୍କ ଦର୍ଶନ ମଧ୍ୟ ମିଳିବ ।

ସୂର୍ଯ୍ୟ ପରାଗ ପାଇଁ ଶ୍ରୀମନ୍ଦିର ଛତିଶା ନିଯୋଗ ଓ ପରିଚାଳନା କମିଟିର ବୈଠକରେ ନୀତି ଚୂଡ଼ାନ୍ତ ହୋଇଛି । ଶ୍ରୀମନ୍ଦିର ନୀତିନିର୍ଘଣ୍ଟ ମୁତାବକ ୨୫ ତାରିଖ ରାତି ୮ ଟା ୨୦ ରେ ପାକତ୍ୟାଗ ଓ ଦେବନୀତି ନିଷେଧ ହେବ । ଡିସେମ୍ୱର ୨୬ ସକାଳ ୮ ଟା ୨୦ ମିନିଟ ୮ ସେକେଣ୍ଡରେ ସୂର୍ଯ୍ୟ ପରାଗ ସ୍ପର୍ଶ କରିବ ।

ତେବେ ଏଥିପାଇଁ ୨୫ ତାରିଖ ସାରାରାତି ଶ୍ରୀମନ୍ଦିର ଖୋଲା ରହିବ । ରାତିତମାମ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ।

ସୂର୍ଯ୍ୟପରାଗ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଗ୍ରହଣ ମହାସ୍ନାନ, ତଡ଼ପ ମଇଲମ ବେଶ, ମଙ୍ଗଳ ଆଳତି, ଅବକାଶ, ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଗ୍ରହଣ ସାଧାବେଶ ପରେ ଗ୍ରହଣ ଭୋଗ ଓ ଅନ୍ୟାନ୍ୟ ନୀତିକାନ୍ତି କରାଯିବ ବୋଲି ଶ୍ରୀମନ୍ଦିର ଛତିଶା ନିଯୋଗ ଓ ପରିଚାଳନା କମିଟିର ବୈଠକରେ ନୀତି ଚୂଡ଼ାନ୍ତ ହୋଇଛି ।

Leave A Reply

Your email address will not be published.