Latest Odisha News

BREAKING NEWS

ବନ୍ଦ ହୋଇଯିବ ସୂର୍ଯ୍ୟା, ଜାହ୍ନବୀ ଅଭିନୀତ ୩୫୦ କୋଟି ବଜେଟର ଫିଲ୍ମ କର୍ଣ୍ଣ

ମୁମ୍ବାଇ: ଦକ୍ଷିଣ ଭାରତର ସୁପରଷ୍ଟାର ସୂର୍ଯ୍ୟା ଓ ଶ୍ରୀଦେବୀଙ୍କ ତନୟା ଜାହ୍ନବୀ କାପୁର ଅଭିନୀତ କର୍ଣ୍ଣ ଫିଲ୍ମ ବନ୍ଦ ହେବାକୁ ଯାଉଛି । ରାକେଶ ଓମପ୍ରକାଶ ମେହେରା ଏହାକୁ ୩୫୦ କୋଟି ବଜେଟରେ ପ୍ରସ୍ତୁତ କରିବା ପାଇଁ ଯୋଜନା କରାଯାଇଥିଲା । ବିଗ ବଜେଟ ଫିଲ୍ମଗୁଡିକୁ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁ ନ ଥିବାରୁ ଏବଂ ଏହି ମେଗା ବଜେଟ ଫିଲ୍ମର କାମ ଆଗକୁ ବଢ଼ୁ ନ ଥିବାରୁ ମେକର୍ସ ଏହାକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । ଅବଶ୍ୟ ବିଧିବଦ୍ଧ ଭାବେ ମେକର୍ସଙ୍କ ପକ୍ଷରୁ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ । ୧୫ କୋଟି ଟଙ୍କା ପ୍ରି ପ୍ରଡକ୍ସନରେ ଖର୍ଚ୍ଚ ହୋଇ ସାରିଛି ।

ରଙ୍ଗ ଦେ ବସନ୍ତୀର ନିର୍ଦ୍ଦେଶକ ଓ ଏକ୍ସେଲ ଏଂଟରଟେନମେଂଟରେ ଏହା ଏକ ଡ୍ରିମ ପ୍ରୋଜେକ୍ଟ ଥିଲା । ହିନ୍ଦୀ, ତାମିଲ, ତେଲୁଗୁ ଓ ଅନ୍ୟ ଭାଷାରେ ଏହାକୁ ରିଲିଜ କରିବା ପାଇଁ ସ୍ଥିର ହୋଇଥିଲା । ଫିଲ୍ମ ବନ୍ଦ ହେବା ଖବର ପ୍ରସାରିତ ହେବା ପରେ ଏହାକୁ ସାଇନ କରିଥିବା କଳାକାରମାନେ ଅନ୍ୟ ଫିଲ୍ମ ପାଇଁ ଡେଟ ଦେବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.