ନୂଆଦିଲ୍ଲୀ:ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟପରାଗ ଅକ୍ଟୋବର ମାସରେ ପଡିବ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଏହା କେବଳ ଏକ ମହାଜାଗତିକ ଘଟଣା । ହେଲେ ଜ୍ୟୋତିଷ ଶାସ୍ତ୍ର କୁହେ ଏହାର ବିଶେଷ ମହତ୍ୱ ରହିଛି । ଯାହା ବି ହେଉ, ଅକ୍ଟୋବର ମାସରେ ପଡିବ ଦୁଇ ଦୁଇଟି ଗ୍ରହଣ ଯଥା ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟପରାଗ। ଆଉ ଏହାକୁ ନେଇ ଜ୍ୟୋତିଷ ଶାସ୍ତ୍ରବିଦ ଅନେକ କିଛି ଆକଳନ କରିଛନ୍ତି ।
ଅକ୍ଟୋବର ୧୪ ତାରଖରେ ସୂର୍ଯ୍ୟପରାଗ ହେବାକୁ ଥିବାବେଳେ ଅକ୍ଟୋବର ୨୯ରେ ପଡିବ ଚନ୍ଦ୍ର ଗ୍ରହଣ ।
ତେଣୁ ଏ ଦୃଷ୍ଟିରୁ ଦେଖିଲେ ଅକ୍ଟୋବର ମାସର ବିଶେଷ ଗୁରୁତ୍ୱ ରହଛି । କେତେଜଣ ଜ୍ୟୋତିଷ ଶାସ୍ତ୍ରବିଦଙ୍କ କହିବା ଅନୁଯାୟୀ, ମଣିଷ ଜୀବନରେ ଏହି ଗ୍ରହଣର ପ୍ରଭାବ ରହିଛି । ଏଥର ଏହି ଗ୍ରହଣ ପ୍ରଭାବ ୧୨ଟି ରାଶି ଉପରେ ଦେଖିବାକୁ ମିଳିବ ।
ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ତୁଳା ରାଶିର ଲୋକଙ୍କ ଉପରେ ଏହି ଦୁଇ ଗ୍ରହଣର ଭଲ ପ୍ରଭାବ ପଡିବ । ଏହାର ପ୍ରଭାବରେ ଅଟକି ରହିଥିବା କାମ ସବୁ ସହଜରେ ହୋଇଯିବ । ଅଚାନକ ଧନପ୍ରାପ୍ତି ହେବାର ସମ୍ଭାବନା ମଧ୍ୟ ରହିଛି । ଶୁଭ ସମାଚାର ମିଳିବ ବୋଲି ମଧ୍ୟ କୁହାଯାଇଛି । ତେବେ ମିଥୁନ ରାଶି ପାଇଁ ସକାରାତ୍ମ ପ୍ରଭାବ ନେଇ ଆସିବ ଏହି ଗ୍ରହଣ । ବିଶେଷକରି ଚାକିରିଆ ଲୋକ ବେଶ ଲାଭବାନ ହେବେ । ସେହିପରି ସିଂହରାଶି ପାଇଁ ମଧ୍ୟ ଏହାର ପ୍ରଭାବ ଭଲ ରହିବ । ବିଗିଡି ଯାଇଥିବା କାମ ପୁଣି ଥରେ ହେବ । ଅଫିସରେ ବଡ ଦାୟିତ୍ୱ ମିଳିବ । କ୍ୟାରିୟର ପାଇଁ ନୂଆ ରାସ୍ତା ଖୋଲିବ ।
Comments are closed.