Latest Odisha News

BREAKING NEWS

ଧାମନଗର ରାୟ: ସୂରଜ ୭୬୬୩  ଭୋଟରେ ଆଗୁଆ, ଆଉ ୩ ରାଉଣ୍ଡ ବାକି

ଧାମନଗର: ଧାମନଗର ଉପନିର୍ବାଚନ ଭୋଟ୍ ଗଣତି ରାଉଣ୍ଡ ସରି ସରି ଆସୁଥିବା ବେଳେ ଧାମନଗରବାସୀଙ୍କ ଉତ୍କଣ୍ଠା ବଢିଚାଲିଛି । ୧୫ତମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୭୬୬୩  ଭୋଟରେ ଆଗୁଆ ରହିଛନ୍ତି । ତାଙ୍କୁ ୬୭,୦୫୬ ଖଣ୍ଡ ଭୋଟ୍ ମିଳିଛି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ମିଳିଛି ୫୯,୩୯୩ ଭୋଟ୍ ।  କଂଗ୍ରେସ ବହୁ ପଛରେ ରହିଛି । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୨୯୧୪ ଖଣ୍ଡ ଭୋଟ୍ ମିଳିଛି ।

ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୭୪୨୩ ଭୋଟ୍ ମିଳିଛି । ପଦ୍ମ ଆଗୁଆ, ଶଙ୍ଖ ପଛୁଆ ବୋଲି ସୂରଜଙ୍କ ସମର୍ଥକମାନେ ଗଣତି କେନ୍ଦ୍ର ବାହାରେ ନାରା ଦେଉଛନ୍ତି । ଯଦି ସୂର୍ଯ୍ୟବଂଶୀ ବିଜୟଲାଭ କରନ୍ତି, ତେବେ ଏହି ଫଳାଫଳ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ବିଜେପି ସମର୍ଥକ କହିଛନ୍ତି ।

ସୂରଜଙ୍କ ବିଜୟ ନେଇ ତାଙ୍କ ସମର୍ଥକମାନେ ଉଲ୍ଲସିତ ହୋଇପଡିଛନ୍ତି । ଭୋଟ୍ ଗଣତି ବାହାରେ ଖୁସି ମନାଉଥିବା ଦେଖିବାକୁ ମିଳୁଛି । ଗଣତି ସରିବାକୁ ଆଉ ୩ ରାଉଣ୍ଡ ବାକି ଅଛି । ତଥାପି ଫଳାଫଳକୁ ଦେଖି ବିଜେପି ସମର୍ଥକମାନେ ବେଶ୍ ଖୁସି ଅନୁଭବ କରିଛନ୍ତି । ନିର୍ବାଚନ ଫଳାଫଳ ଇତିହାସ ସୃଷ୍ଟି କରିବା ବୋଲି ଧାମନଗରବାସୀ କହିଛନ୍ତି ।

 

Leave A Reply

Your email address will not be published.