ମୁମ୍ବାଇ: ସୂର୍ଯ୍ୟକୁମାର ଯାଦବ ଚଳିତ ଆଇପିଏଲରେ ନିଜ ନାମରେ ଆଉ କୀର୍ତିମାନ ଯୋଡିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ ଅବସରରେ ସେ ଟି୨୦ କ୍ରିକେଟରେ କ୍ରମାଗତ ୨୫ରୁ ଊର୍ଦ୍ଧ୍ୱ ରନ କରିବାରେ ଟେମ୍ବା ବାଭୁମାଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ଏହି କୀର୍ତିମାନ ହାସଲ କରିଛନ୍ତି । ବାଭୁମା ୧୩ଟି ଇନିଂସରେ କ୍ରମାଗତ ୨୫ରୁ ଊର୍ଦ୍ଧ୍ୱ ରନ କରିଥିଲେ । ସେ ୨୦୧୯ରୁ ୨୦୨୦ ମଧ୍ୟରେ ଏହି ସଫଳତା ହାସଲ କରିଥିଲେ । ସୂର୍ଯ୍ୟକୁମାର ଏବେ ଆଉ ଏକ ମ୍ୟାଚରେ ୨୫ରୁ ଊର୍ଦ୍ଧ୍ୱ ରନ କଲେ ନୂତନ ରେକର୍ଡ ସ୍ଥାପନ କରିବେ ।
ବ୍ରାଡ ହଜ, ଜ୍ୟାକ୍ସ ରୁଡଲଫ, କୁମାର ସଙ୍ଗକାରା, କ୍ରିସ ଲିୟନ ଓ କାୟଲ ମିଲ୍ସ ୧୧ଟି କ୍ରମାଗତ ମ୍ୟାଚରେ ୨୫ରୁ ଊର୍ଦ୍ଧ୍ୱ ରନ କରିଥିଲେ । ଚଳିତ ଆଇପିଏଲରେ ମୁମ୍ବାଇ ପ୍ଲେ ଅଫ ପ୍ରବେଶ ପାଇଁ ସଂଘର୍ଷ ଜାରୀ ରଖିଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ୪୩ ବଲରେ ଅପରାଜିତ ୭୩ ରନ କରିଥିଲେ । ତାଙ୍କ ଇନିଂସ ବଳରେ ମୁମ୍ବାଇ ୧୮୧ ରନର ବିଜୟ ଲକ୍ଷ୍ୟ ଦିଲ୍ଲୀ ସମ୍ମୁଖରେ ରଖିଛି ।
Comments are closed.