Latest Odisha News

BREAKING NEWS

ସୂର୍ଯ୍ୟ କୁମାରଙ୍କୁ ଝଟ୍‌କା; କିଏ ହେବେ ଟି-୨୦ର ନୂଆ କ୍ଯାପଟେନ୍ ?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଟି-୨୦ ଦଳରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଆଗାମୀ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳକୁ ମିଳିପାରେ ଜଣେ ନୂଆ ଅଧିନାୟକ। ଖରାପ ଫର୍ମ ଦେଇ ଗତି କରୁଥିବା ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଏବେ ଜଣେ ଷ୍ଟାର୍ ଖେଳାଳିଙ୍କୁ ଦଳର କ୍ଯାପଟେନ ଦାୟିତ୍ବ ମିଳିପାରେ। ଜାଣନ୍ତୁ କିଏ ସେହି ରେସ୍‌ରେ ଆଗରେ ଅଛନ୍ତି।

ଭାରତୀୟ ଟି-୨୦ ଦଳର ନୂଆ ଅଧିନାୟକ ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର। ଆଇପିଏଲ୍‌ରେ କପ୍ତାନ ଭାବେ ଶ୍ରେୟସଙ୍କର ବେଶ୍ ଭଲ ଅଭିଜ୍ଞତା ରହିଛି। ଚାପର ପରିସ୍ଥିତିରେ ଧୈର୍ଯ୍ୟର ସହ ନିଷ୍ପତ୍ତି ନେବାର ଶୈଳୀ ସିଲେକ୍ଟରମାନଙ୍କୁ ବେଶ୍ ପ୍ରଭାବିତ କରିଛି। ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ଚୂଡ଼ାନ୍ତ ଆଲୋଚନା ପରେ ଶ୍ରେୟସଙ୍କ ନାଁ ଉପରେ ମୋହର ବାଜିପାରେ।

ଯଦି ଶ୍ରେୟସ ଆୟରଙ୍କୁ କପ୍ତାନୀ ଦାୟିତ୍ୱ ମିଳେ, ତେବେ ଭାଇସ୍ କ୍ଯାପଟେନ ପଦ ପାଇଁ ଦୁଇ ଯୁବ ତାରକା ତିଲକ ବର୍ମା ଏବଂ ଈଶାନ କିଷନଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ଆଗାମୀ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ବଜାୟ ରଖିବା ଲକ୍ଷ୍ୟରେ ବିସିସିଆଇ ଯୁବ ଖେଳାଳିଙ୍କୁ ଅଧିକ ଦାୟିତ୍ୱ ଦେବାକୁ ଯୋଜନା କରୁଛି।

ଏହି ସିରିଜ୍‌ରେ ସବୁଠାରୁ ବଡ଼ ଚମତ୍କାର ଦେଖିବାକୁ ମିଳିପାରେ ୧୫ ବର୍ଷୀୟ ଯୁବ ବିସ୍ଫୋରକ ଓପନର ବୈଭବ ସୂର୍ଯ୍ୟବଂଶୀଙ୍କ ରୂପରେ। ଆଇପିଏଲ୍ ୨୦୨୬ରେ ନିଜ ବ୍ୟାଟିଂରେ ସମସ୍ତଙ୍କୁ ଚକିତ କରିଥିବା ବୈଭବଙ୍କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ସିରିଜ୍‌ରେ ଦଳରେ ସ୍ଥାନ ମିଳିବା ପ୍ରାୟ ନିଶ୍ଚିତ। ଦଳରେ ଅନେକ ସିନିୟର ଓପନର ଥିଲେ ମଧ୍ୟ ସିଲେକ୍ଟରମାନେ ଏହି ଯୁବ ପ୍ରତିଭାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପରଖିବାକୁ ଚାହୁଁଛନ୍ତି।

 

Leave A Reply

Your email address will not be published.