ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଆଇପିଏଲରେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ମ୍ୟାଚରେ ସେ ଆଇପିଏଲ ଇତିହାସରେ ଦ୍ରୁତ ୪୦୦୦ ରନ କରିଛନ୍ତି । ସେ ୨୭୧୪ ବଲ ଖେଳି ଏହି ସଫଳତା ହାସଲ କରିଛନ୍ତି । ସେ ଭାରତର ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ତେବେ ଏହି ତାଲିକାରେ କ୍ରିସ ଗେଲ ଓ ଏବି ଡିଭିଲର୍ସ ପ୍ରଥମ ୨ଟି ସ୍ଥାନରେ ରହିଥିବା ବେଳେ ସୂର୍ଯ୍ୟକୁମାର ତୃତୀୟରେ ରହିଛନ୍ତି । ଗେଲ ୨୬୫୩ ଓ ଡିଭିଲର୍ସ ୨୬୫୮ ବଲରେ ୪୦୦୦ ରନ ପୂର୍ଣ୍ଣ କରିଥିଲେ । ଡେଭିଡ ମିଲର (୨୮୦୯) ଓ ସୁରେଶ ରାଇନା(୨୮୮୧) ଚତୁର୍ଥ ଏବଂ ପଂଚମ ସ୍ଥାନରେ ରହିଛନ୍ତି ।
ସୂର୍ଯ୍ୟକୁମାର ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସର୍ବାଧିକ ରନ ହାସଲରେ କିରନ ପୋଲାର୍ଡଙ୍କୁ ପଛରେ ପକାଇ ଦେଇଛନ୍ତି । ଚଳିତ ଆଇପିଏଲରେ ମୁମ୍ବାଇ ପ୍ରଥମରୁ ଖରାପ ପ୍ରଦର୍ଶନ କରିଥିଲେ ମଧ୍ୟ ଏବେ ୯ଟି ମ୍ୟାଚରୁ ୧୦ ପଂଏଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି । ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷରେ ମୁମ୍ବାଇ ୨୧୬ ରନର ବିଜୟ ଲକ୍ଷ୍ୟ ରଖିଛି ।
Comments are closed.