Latest Odisha News

BREAKING NEWS

ମୋ ଉପରେ ବିଶ୍ୱାସ ରଖ, ଆଗକୁ ଭଲ ବ୍ୟାଟିଂ କରିବି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଘୋଷିତ ଦଳରୁ ଶୁଭମନ ଗିଲ ଓ ଜୀତେଶ ଶର୍ମା ବାଦ ପଡିଛନ୍ତି । ସୂର୍ଯ୍ୟକୁମାରଙ୍କ ଅଧିନାୟକ ଦକ୍ଷତା ବଳରେ ଭାରତ କ୍ରମାଗତ ସିରିଜ ବିଜୟ ହାସଲ କରୁଥିଲେ ମଧ୍ୟ ତାଙ୍କ ବ୍ୟାଟିଂ ଫର୍ମ ଚିନ୍ତାର କାରଣ ସାଜିଛି । ଚୟନ କମିଟି ତାଙ୍କ ପ୍ରଦର୍ଶନ ଉପରେ ଭରୋଷା ରଖି ପୂନର୍ବାର ଅଧିନାୟକ ଦାୟିତ୍ୱ ପ୍ରଦାନ କରିଛି । ଖରାପ ଫର୍ମ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ମୋ କ୍ୟାରିୟରରେ ପ୍ରଥମ ଥର ପାଇଁ ମୁଁ ଏ ଭଳି ପ୍ରଦର୍ଶନ କରୁଛି । ପ୍ରତ୍ୟେକ ଖେଳାଳିଙ୍କ ଜୀବନରେ ଏ ଭଳି ଖରାପ ସମୟ ଆସିଥାଏ ।

ମୁଁ ମୋ ତ୍ରୁଟି ସୁଧାରିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛି । ଆପଣମାନେ ବିଶ୍ୱାସ ରଖନ୍ତୁ ଖୁବ ଶୀଘ୍ର ମୁଁ ଭଲ ପ୍ରଦର୍ଶନ କରବି । ଖୁବ ଶୀଘ୍ର ଆପଣମାନେ ସୂର୍ଯ୍ୟା ଦି ବ୍ୟାଟରଙ୍କୁ ଦେଖିବେ । ତିଳକ ବର୍ମା ଓ ମୁଁ ୩ ଏବଂ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବୁ । ଆମେ ପୋଜିଶନ ନେଇ ଆଶ୍ୱସ୍ତ ଅଛୁ । ଏକ ଦକ୍ଷତା ସମ୍ପନ୍ନ ଓ ଶୃଙ୍ଖଳିତ ଦଳ ଚୟନ କରାଯାଇଥିବାରୁ ମନୋବଳ ଆହୁରି ବୃଦ୍ଧି ପାଇଛି । ପୂନର୍ବାର ଚାମ୍ପିୟନ ହେବା ଆମର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.