Latest Odisha News

BREAKING NEWS

ଟି୨୦ ସିରିଜ: ୩ଟି ରେକର୍ଡ ନିଜ ନାମରେ କରି ପାରନ୍ତି ସୂର୍ଯ୍ୟକୁମାର ଯାଦବ

କଟକ: ଆଉ କିଛି ସମୟ ପରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଏଠାରେ ଭାରତୀୟ ଟି୨୦ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩ଟି ରେକର୍ଡ ନିଜ ନାମରେ କରି ପାରନ୍ତି । ଏହି ସିରିଜରେ ସୂର୍ଯ୍ୟକୁମାର ଆଉ ୨୪୬ ରନ ସଂଗ୍ରହ କଲେ ଆନ୍ତର୍ଜାତୀୟ ଟି୨୦ରେ ୩୦୦୦ ରନ ପୂର୍ଣ୍ଣ କରିବେ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରେ ସେ ତୃତୀୟ ଭାରତୀୟ ଭାବେ ଏହି ଉପଲବ୍ଧି ହାସଲ କରିବେ ।

ସେହିପରି ସେ ଯଦି କଟକରେ ୫୯ ରନ ସଂଗ୍ରହ କରିବେ ତେବେ ଟି୨୦ କ୍ରିକେଟରେ ୯୦୦୦ ରନ ପୂର୍ଣ୍ଣ କରିବେ । କୋହଲି, ରୋହିତ, ଶିଖର ଧାୱନଙ୍କ ପରେ ସେ ୪ର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ ଏହି ସଫଳତା ହାସଲ କରିବେ । ସେହିପରି ସେ ଆଉ ୬ଟି ଛକା ମାରିଲେ ଟି୨୦ କ୍ରିକେଟରେ ୪୦୦ ଛକା ପୂରଣ କରିବେ । ଟି୨୦ ସିରିଜ ଆରମ୍ଭ ହେବା ପୂର୍ବରୁ ସୂର୍ଯ୍ୟକୁମାର ପତ୍ନୀ ଦେବିଷା ଶେଟ୍ଟୀ ଓ କୋଚ ଗୌତମ ଗମ୍ଭୀରଙ୍କ ସହ ପୁରୀ ଜଗନ୍ନାଥ ମନ୍ଦିରକୁ ଆସିଥିଲେ ।

Leave A Reply

Your email address will not be published.