Latest Odisha News

ଟି୨୦ ବିଶ୍ୱକପ: ଚୂଡାନ୍ତ ଏକାଦଶରେ ବଡ ପରିବର୍ତନ କରିବା ଲକ୍ଷ୍ୟରେ ନାହିଁ ଟିମ ଇଣ୍ଡିଆ

ଅହମ୍ମଦାବାଦ: ଆଇସିସି ଟି୨୦ ବିଶ୍ୱକପ ୨୦୨୬ର ସୁପର ଏଇଟ ମୁକାବିଲା ଆରମ୍ଭ ହୋଇଯାଇଛି । ଭାରତ ତାର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଗ୍ରୁପ ପର୍ଯ୍ୟାୟରେ ଭାରତ ଅପରାଜେୟ ରହି ସୁପର ଏଇଟକୁ ଉନ୍ନୀତ ହୋଇଥିଲା । ଅଭିଷେକ ଶର୍ମାଙ୍କ ଖରାପ ଫର୍ମ ଏବଂ ଟିମ ଇଣ୍ଡିଆର ନୈରାଶ୍ୟଜନକ ଫିଲ୍ଡିଂ ଟିମ ମ୍ୟାନେଜମେଂଟକୁ ସାମାନ୍ୟ ଚିନ୍ତାରେ ପକାଇଛି । ତେବେ ମ୍ୟାଚ ପୂର୍ବଦିନ ଆୟୋଜିତ ପ୍ରେସ କନଫେରେନ୍ସରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବଡ ସନ୍ଦେଶ ଦେଇଛନ୍ତି । ସେ ପରୋକ୍ଷରେ ସ୍ପଷ୍ଟ କରିଛନ୍ତି ଯେ, ଟିମ ଇଣ୍ଡିଆ ଚୂଡାନ୍ତ ଏକାଦଶରେ ବଡ ଧରଣର ପରିବର୍ତନ କରିବା ଲକ୍ଷ୍ୟରେ ନାହିଁ ।

ଅଭିଷେକ ପୂର୍ବ ଭଳି ଈଶାନଙ୍କ ସହ ଓପନିଂ କରିବେ । ଅହମ୍ମଦାବାଦ ପିଚ କିଭଳି ରହିବ ପ୍ରଶ୍ନର ଉତରରେ ସେ କହିଥିଲେ, ସମସ୍ତ ପିଚରେ ଭଲ ପ୍ରଦର୍ଶନ କରିବା ପାଇଁ ଆମେ ଯଥାସମ୍ଭବ ଉଦ୍ୟମ କରିବୁ । ଦଳ ତାର ବିଜୟଧାର ଜାରୀ ରଖିବା ଲକ୍ଷ୍ୟରେ ପ୍ରଦର୍ଶନ କରିବ । ରନ ଚେଜ କରିବା ବେଳେ କାକର ସମସ୍ୟା ସୃଷ୍ଟି କରିବା ସମ୍ପର୍କରେ ସେ କହିଥିଲେ, ପ୍ରଥମରୁ ବଡ ସ୍କୋର କରିଥିଲେ ଆମ ବୋଲିଂ ୟୁନିଟ ଏହାକୁ ଅଟକାଇବାରେ ସଫଳ ହେବେ । ଭାରତ ଗତ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିୟନ ହୋଇଥିଲା ।

Leave A Reply

Your email address will not be published.