ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଦଣ୍ଡାଦେଶ କରିଛନ୍ତି । ଜରିମାନା ବାବଦକୁ ତାଙ୍କର ୩୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି । ଗ୍ରୁପ ପର୍ଯ୍ୟାୟ ମୁକାବିଲାରେ ପାକିସ୍ତାନ ବିପକ୍ଷରେ ଭାରତ ବିଜୟ ହାସଲ କରିବା ପରେ ସୂର୍ଯ୍ୟକୁମାର ଏହାକୁ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମରିଥିବା ଲୋକଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ବୋଲି କହିଥିଲେ । ରିପୋର୍ଟ ମୁତାବକ ସୂର୍ଯ୍ୟକୁମାର ଏହି ଦଣ୍ଡାଦେଶ ବିରୋଧରେ ଆବେଦନ କରିବେ । ପାକିସ୍ତାନ ଖେଳାଳି ହ୍ୟାରିଶ ରୌଫଙ୍କ ମଧ୍ୟ ମ୍ୟାଚ ଫିର ୩୦ ପ୍ରତିଶତ କଟାଯାଇଛି । ଗନ ସେଲିବ୍ରେଶନ କରିଥିବା ସାହେବଜାଦା ଫରହାନଙ୍କୁ କିନ୍ତୁ କୌଣସି ପ୍ରକାରର ଦଣ୍ଡିତ କରାଯାଇ ନାହିଁ ।
ଆଇସିସି ମ୍ୟାଚ ରେଫରୀ ରିଚି ରିଚାର୍ଡସନ ଏହି ଦଣ୍ଡାଦେଶ ଦେଇଛନ୍ତି । ସୂର୍ଯ୍ୟକୁମାରଙ୍କ ବୟାନ ରାଜନୀତି ଆଡକୁ ଇଙ୍ଗିତ କରୁଥିବାରୁ ଏହି ଦଣ୍ଡାଦେଶ ଦିଆଯାଇଛି । ଏସିଆ କପ କ୍ରିକେଟରେ ଭାରତ ଓ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛନ୍ତି । ଉଭୟ ଚଳିତ ଟୁର୍ଣ୍ଣାମେଂଟରେ ତୃତୀୟ ଥର ପାଇଁ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଗ୍ରୁପ ପର୍ଯ୍ୟାୟ ଓ ସୁପର ଫୋରରେ ସୂର୍ଯ୍ୟକୁମାର ନେତୃତ୍ୱଧୀନ ଟିମ ଇଣ୍ଡିଆ ବିଜୟ ହାସଲ କରିଛି ।
Comments are closed.