ପାଟନା: ଭାରତୀୟ ଟି୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ମାଆ ସ୍ୱପ୍ନା ଯାଦବ ଏବେ ନିଷ୍ଠାର ସହ ଛଠ ପର୍ବ କରୁଛନ୍ତି । ଏଥିରେ ସେ ନିଜ ପୁଅ ବ୍ୟତୀତ ଆଘାତପ୍ରାପ୍ତ ହୋଇ ଚିକିତ୍ସିତ ହେଉଥିବା ଶ୍ରେୟାଶ ଆୟାରଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି । ସେ ଶ୍ରେୟାଶଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ସୂର୍ଯ୍ୟକୁମାରଙ୍କ ମାଆଙ୍କ ସହ ପତ୍ନୀ ଦେବିଶା ଶେଟ୍ଟୀ ମଧ୍ୟ ପୂଜାରେ ଭାଗ ନେଇଛନ୍ତି । ଶାଶୁ ବୋହୂଙ୍କ ପାରମ୍ପାରିକ ବେଶ ଏବଂ ସରଳ ଚଳଣି ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି । ସୂର୍ଯ୍ୟକୁମାରଙ୍କ ଭଉଣୀ ଏହି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।
ସ୍ୱପ୍ନା ଯାଦବ ପ୍ରଥମେ ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିଲେ, ପରେ ଏକ ରଙ୍ଗବେରଙ୍ଗ ଶାଢ଼ୀ ପିନ୍ଧିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଶ୍ରେୟାଶ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ । ଠିକ ସମୟରେ ତାଙ୍କୁ ଡାକ୍ତରଖାନା ନିଆଯିବାରୁ ସେ ବଂଚି ଯାଇଥିଲେ । ଏବେ ସେ ବିପଦମୁକ୍ତ ହେବା ସହ ଜେନେରାଲ ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳୁଛି । ଖରାପ ଫର୍ମରେ ଥିବା ସୂର୍ଯ୍ୟକୁମାରଙ୍କ ପାଇଁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।
Comments are closed.