Latest Odisha News

BREAKING NEWS

ଫିଟନେସ ଟେଷ୍ଟରେ ସୂର୍ଯ୍ୟକୁମାର ପାସ

ନୂଆଦିଲ୍ଲୀ: ଏସିଆ କପ ୨୦୨୫ କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ଖୁବ ଶୀଘ୍ର ଭାରତୀୟ ଦଳର ଘୋଷଣା କରାଯିବ । ଏହାର ଠିକ ପୂର୍ବରୁ ଟିମ ଇଣ୍ଡିଆ ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଫିଟନେସ ଟେଷ୍ଟରେ ପାସ ହୋଇଛନ୍ତି । ଦଳ ଚୟନରେ ସୂର୍ଯ୍ୟକୁମାର ଅଧିନାୟକ ପଦ ବଜାୟ ରଖିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ୟୁଏଇରେ ସେପ୍ଟମ୍ବର ୯ରୁ ଏସିଆ କପ ଆରମ୍ଭ ହେବ । ଦି ଇଣ୍ଡିଆନ ଏକ୍ସପ୍ରେସରେ ସୂର୍ଯ୍ୟକୁମାର ପାସ ହେବା ଖବର ପ୍ରକାଶ ପାଇଛି । ହାର୍ଣ୍ଣିୟା ଅପରେଶନ ପରେ ସୂର୍ଯ୍ୟକୁମାର ସୁସ୍ଥ ହୋଇଥିଲେ । ସେ ବେଙ୍ଗାଲୁରରେ ଥିବା ସେଂଟର ଅଫ ଏକ୍ସଲେନ୍ସରେ ମେଡିକାଲ ଟିମର ପ୍ରତ୍ୟକ୍ଷ ତତ୍ୱାବଧନରେ ଅଭ୍ୟାସ କରିଥିଲେ ।

ଏବେ ସେ ଫିଟ ଥିବା ପ୍ରମାଣିତ କରିପାରିଛନ୍ତି । ସୂର୍ଯ୍ୟକୁମାର ଫିଟ ହେବା ଯୋଗୁ ଚୟନ କମିଟି ମୁଣ୍ଡରୁ ବଡ ବୋଝ ହଟିଯାଇଛି । ଅଗଷ୍ଟ ୧୯ରେ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ବୈଠକ ଆୟୋଜିତ ହେବ । ଏଥିରେ ସୂର୍ଯ୍ୟକୁମାର ଯୋଗ ଦେବେ । ଶୁଭମନ ଗିଲ ଏବେ ଏହି ଟି୨୦ ଦଳରେ ସ୍ଥାନ ପାଇବେ କି ନାହିଁ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି ।

Comments are closed.