Latest Odisha News

ସୂର୍ଯ୍ୟକୁମାର ଯାଦବଙ୍କ ନାମରେ ଆସିଲା ମାରାତ୍ମକ ଅଭିଯୋଗ

ମୁମ୍ବାଇ: ଭାରତୀୟ ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନାମରେ ମାରାତ୍ମକ ଅଭିଯୋଗ ଆସିଛି । ରିପୋର୍ଟ ମୁତାବକ ସୂର୍ଯ୍ୟକୁମାର ମୁମ୍ବାଇ ଟିମକୁ ଦୁଇ ଫାଳ କରିବା ପାଇଁ ଉଦ୍ୟମ କରୁଛନ୍ତି । ଯଶସ୍ୱୀ ଜୈସୱାଲ ମୁମ୍ବାଇ ଟିମ ଛାଡିବା ପରେ ଏ ଭଳି ରିପୋର୍ଟମାନ ପ୍ରକାଶ ପାଇଛି । ସୂର୍ଯ୍ୟକୁମାର ଆଉ କେତେଜଣ ଖେଳାଳିଙ୍କ ସହ ମୁମ୍ବାଇ ଛାଡିବା ନେଇ ଉଲ୍ଲେଖ ରହିଥିଲା । ସେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଖେଳିବା ପାଇଁ ପସନ୍ଦ କରୁ ନାହାନ୍ତି । ତେବେ ଏହି ଗୁଜବ ଖବର ଉପରୁ ପରଦା ନିଜେ ସୂର୍ଯ୍ୟକୁମାର ଉଠାଇଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏହି ଖବର ସମ୍ପୂର୍ଣ୍ଣ ଭାବେ ଗୁଜବ । ଆପଣ ସ୍କ୍ରିପ୍ଟ ରାଇଟର ନାଁ ସାମ୍ବାଦିକ ।

ଯଦି ହସିବା ଉଦ୍ଦେଶ୍ୟରେ ଏହା ଲେଖିଛ ତେବେ ମୁଁ ଆଉ କମେଡି ଫିଲ୍ମ ଦେଖିବି ନାହିଁ । ମୁମ୍ବାଇ କ୍ରିକେଟ ଆସୋସିଏଶନ ମଧ୍ୟ ସୂର୍ଯ୍ୟକୁମାରଙ୍କ ସପକ୍ଷରେ ବୟାନ ଦେଇଛନ୍ତି । ସେ ସର୍ବଦା ଯୁବ ଖେଳାଳିଙ୍କୁ ପ୍ରୋତ୍ସାହିତ କରିଥାନ୍ତି । ମୁମ୍ବାଇ ପକ୍ଷରୁ ଖେଳିବା ନେଇ ସେ ସର୍ବଦା ସଂକଳ୍ପବଦ୍ଧ । ଯଶସ୍ୱୀଙ୍କ ମୁମ୍ବାଇର କେତେକ ସିନିୟର ଖେଳାଳିଙ୍କ ସହ ମତଭେଦ ହେବାରୁ ଗୋଆ ପକ୍ଷରୁ ଖେଳିବା ନେଇ ନିଷ୍ପତି ନେଇଛନ୍ତି । ଏହି ସମସ୍ତ ଘଟଣାରେ ସୂର୍ଯ୍ୟକୁମାରଙ୍କୁ ସାମିଲ କରିବା ଉଚିତ ହେବନି ।

Comments are closed.