ଆବୁଧାବି: ଚଳିତ ଏସିଆ କପ କ୍ରିକେଟରେ ଶୁକ୍ରବାର ଭାରତ ଓ ଓମାନ ମ୍ୟାଚ ଅବସରରେ ଏକ ମଜାଦାର ଘଟଣା ଘଟିଛି । ଭାରତ ପ୍ରଭାବୀ ପ୍ରଦର୍ଶନ କରି ସୁପର ୪ରେ ପ୍ରବେଶ କରି ସାରିଛି । ଓମାନ ଏହି ଦୌଡରୁ ବାଦ ପଡି ସାରିଛି । ଟସ ଅବସରରେ ସୂଯ୍ୟକୁମାର ଯାଦବ ଚୂଡାନ୍ତ ଏକାଦଶରେ କେଉଁମାନେ ରହିଛନ୍ତି ସେମାନଙ୍କ ନାମ ଭୁଲି ଯାଇଥିଲେ । ସେ ହର୍ଷିତ ରାଣାଙ୍କ ନାମ କହିବା ପରେ ଅନ୍ୟମାନଙ୍କ ନାମ ନେଇ ଚିନ୍ତା କରିଥିଲେ । ହଠାତ ହସି କରି କହିଲେ ମୁଁ ରୋହିତ ଶର୍ମା ହୋଇଯାଇଛି ।
ସୂଚନାଯୋଗ୍ୟ, ରୋହିତ ଚୂଡାନ୍ତ ଏକାଦଶ ନାମ ଭୁଲିବା ଏବଂ ଟସ ପରେ କଣ ନିଷ୍ପତି ନେବେ ସେ ନେଇ ଅନେକ ଥର ଭୁଲି ଯାଇଥାନ୍ତି । ଏପରିକି ଟସକୁ ପକେଟରେ ପୂରାଇ ସେ ପଳାଇ ଆସିଛନ୍ତିି । ଟିମ ଇଣ୍ଡିଆ ମ୍ୟାନେଜମେଂଟ ଏହି ମ୍ୟାଚରେ ଯଶପ୍ରୀତ ବୁମରାହ ଓ ବରୁଣ ଚକ୍ରବର୍ତିଙ୍କୁ ବିଶ୍ରାମ ଦେଇଛି । ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛି ।
Comments are closed.