Latest Odisha News

BREAKING NEWS

ସୂର୍ଯ୍ୟକୁମାର ହେବେ ମୁମ୍ବାଇ ଅଧିନାୟକ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଗତ ସିଜନରେ ଧୀମା ବୋଲିଂ ହାର ଯୋଗୁ ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ମ୍ୟାଚରୁ ବାସନ୍ଦ ହୋଇଛନ୍ତି । ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚରେ ଦଳର ନେତୃତ୍ୱ ନେବେ । ଦ୍ୱିତୀୟ ମ୍ୟାଚରୁ ହାର୍ଦ୍ଦିକ ପୂର୍ବ ଭଳି ଅଧିନାୟକ ଦାୟିତ୍ୱ ତୁଲାଇବେ । ସେହିପରି ଯଶପ୍ରୀତ ବୁମରାହ ମଧ୍ୟ ଆଘାତ ସମସ୍ୟା ଯୋଗୁ ପ୍ରଥମ କେତୋଟି ମ୍ୟାଚରେ ଖେଳିବେ ନାହିଁ । ହାର୍ଦ୍ଦିକ ଓ ବୁମରାହଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର କିପରି ନେତୃତ୍ୱ ନେଉଛନ୍ତି ସେଥିପ୍ରତି ନଜର ରହିବ ।

ସୂର୍ଯ୍ୟକୁମାର ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ମୁମ୍ବାଇର ମୂଖ୍ୟ କୋଚ ମାହେଲା ଜୟବର୍ଦ୍ଧନେ କହିଛନ୍ତି । ଗତ ସଂସ୍କରଣରେ ହାର୍ଦ୍ଦିକଙ୍କ ନେତୃତ୍ୱରେ ମୁମ୍ବାଇ ଭଲ ପ୍ରଦର୍ଶନ କରି ନ ଥିଲା । ପ୍ରଶଂସକମାନେ ମଧ୍ୟ ରୋହିତଙ୍କୁ ଅଧିନାୟକ ପଦରୁ ହଟାଯିବାକୁ ସହଜରେ ଗ୍ରହଣ କରି ନ ଥିଲେ । ମୁମ୍ବାଇ ତାର ପ୍ରଥମ ୨ଟି ମ୍ୟାଚ ଚେପକରେ ଖେଳାଯିବ । ଚେନ୍ନାଇର ଏହା ଘରୋଇ ପିଚ ହୋଇଥିବାରୁ ମୁମ୍ବାଇକୁ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡିବ ।

Comments are closed.