Latest Odisha News

BREAKING NEWS

ସୂର୍ଯ୍ୟକୁମାରଙ୍କ ଆଉ ଏକ କୀର୍ତିମାନ

ନାଗପୁର: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ ସୂର୍ଯ୍ୟକୁମାର ଯାଦବ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ୩୦ ବର୍ଷରୁ ଅଧିକ ବୟସରେ ସେ ପ୍ରଥମ ଖେଳାଳି ଭାବେ କ୍ରିକେଟର ୩ଟି ଫର୍ମାଟରେ ଆନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ୩୨ ବର୍ଷ ୧୪୮ ଦିନରେ ସେ ପ୍ରଥମ ଟେଷ୍ଟ ଖେଳିଛନ୍ତି । ସେ ୩୦ ବର୍ଷ ୧୮୧ ଦିନରେ ଟି୨୦ ଏବଂ ୩୦ ବର୍ଷ ୩୦୭ ଦିନରେ ଦିନିକିଆରେ ପଦାର୍ପଣ କରିଥିଲେ । ଏଥିସହ ସୂର୍ଯ୍ୟକୁମାର ଭାରତ ପୂର୍ବତନ ମହାନ ଖେଳାଳି ଫାରୁକ ଇଞ୍ଜିନିୟରଙ୍କ ସ୍ୱତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି । ଗୁରୁବାର ସୂର୍ଯ୍ୟକୁମାରଙ୍କୁ ଟିମ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ଟେଷ୍ଟ ଟିମ କ୍ୟାପ ଦେଇଥିଲେ ।

ଭାରତ ପକ୍ଷରୁ ଫାରକୁ ସବୁଠାରୁ ବୟୋଜ୍ୟେଷ୍ଠ ଖେଳାଳି ଭାବେ ୩୬ ବର୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ । ତାଙ୍କ ପଛକୁ ଅଜିତ ୱାଡେକର (୩୩ବର୍ଷ), ଦିଲୀପ ଯୋଶୀ(୩୨) ଓ ଆବିଦ ଅଲୀ (୩୨ ବର୍ଷ) ଅଧିକ ବୟସରେ ଆନ୍ତର୍ଜାତୀୟ ଟେଷ୍ଟ ଖେଳିଥିଲେ । ସୂର୍ଯ୍ୟକୁମାର ଏହି ତାଲିକାରେ ୫ମ ସ୍ଥାନରେ ରହିଛନ୍ତି ।

Comments are closed.