ଭୁବନେଶ୍ୱର : ‘୩୫ ବର୍ଷରେ ପ୍ରଥମ ଥର ବନ୍ଦାଣ ଥାଳି ସଜ ହୋଇଛି । ଦୀପ ଲାଗିଛି, ସିନ୍ଦୂର, ମିଠା, ରାକ୍ଷୀ ସବୁ ଅଛି । କିନ୍ତୁ ତୋର ସେ ହସ ହସ ମୁହଁଟି ନାହିଁ । ଟିକା ଲଗାଇବା ପାଇଁ ସେ ମଥା ନାହିଁ, ରାକ୍ଷୀ ବାନ୍ଧିବା ପାଇଁ ସେ ହାତ ନାହିଁ କି ମିଠା ଖୁଆଇବା ପାଇଁ ସେ ପାଟି ନାହିଁ । ମୋ ଭାଇ ମୋ ପାଖରେ ନାହିଁ । ’
ଏଇ ଦରଦୀ ଭରା ଲେଖା ଲେଖିଛନ୍ତି ଗୁଲସାନ ବା ସୁଶାନ୍ତ ସିଂ ରାଜପୁତଙ୍କ ବଡ ଭଉଣୀ ରାନୀ ଦି(ନିତୁ ସିଂ) । ଗତ ଜୁନ ୧୪ ତାରିଖରେ ସୁଶାନ୍ତ କରିଥିବା ଆତ୍ମହତ୍ୟାକୁ ନିତୁ କଣ ତାଙ୍କ ପରିବାର ସହଜରେ ଗ୍ରହଣ କରିପାରୁନାହାନ୍ତି ।
ସେ ଆହୁରି ଲେଖିଛନ୍ତି, ‘ଯେତେବେଳେ ତୁ ଜନ୍ମ ହେଲୁ ସେତେବେଳେ ମୋ ଜୀବନରେ ଖୁସି ଭରି ଯାଇଥିଲା । ତୁ ଯେତେବେଳେ ମୋ ପାଖରେ ଥିଲୁ ଚାରିଆଡ ଖୁସିର ଭରି ଯାଉଥିଲା । କିନ୍ତୁ ଆଜି ତୁ ନାହୁଁ ଜାଣିପାରୁନି କଣ ହେବ । ତତେ ଛାଡି ମୁଁ କେମିତି ବଞ୍ଚିବି । ମୁଁ କେବେ ଭାବି ବି ନ ଥିଲି ଦିନେ ଏମିତି ହେବ ବୋଲି । ଏମିତି ବି ଦିନ ଆସିବ ଯେତେବେଳେ ତୁ ଆମ ପାଖରେ ନ ଥିବୁ ।’
କେବଳ ନିତୁ ନୁହଁ ସୁଶାନ୍ତଙ୍କ ସାନ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ମଧ୍ୟ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି । ଯେଯଉଁଥିରେ ସେ ଲେଖିଛନ୍ତି, ମୋ ସାନ ଭାଇକୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା । ତତେ ମୁଁ ବହୁତ ଭଲ ପାଉଛି । ଆଉ ସବୁ ବେଳ ଏମିତି ଭଲ ପାଉଥିବି । ତୁ ଆମ ପାଇଁ ଗର୍ବ ଥିଲୁ, ଗର୍ବ ଅଛୁ ଓ ସବୁ ବେଳେ ଗର୍ବ ହୋଇ ରହିବୁ ।’
ଏଥି ସହ ଶ୍ୱେତା ତାଙ୍କ ପିଲା ବେଳର ଏକ ଫଟୋ ସେୟାର କରିଛନ୍ତି ।
Happy Rakshabandhan mera sweet sa baby… bahut pyaar karte hain hum aapko jaan… aur hamesha karte rahenge… you were, you are and you will always be our PRIDE! ❤️ @sushantsinghrajput #HappyRakshaBandhan pic.twitter.com/SKWU4MlLd9
— shweta singh kirti (@shwetasinghkirt) August 3, 2020
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ

Comments are closed.