Latest Odisha News

BREAKING NEWS

କଟକରେ ସୁପର ସ୍ପ୍ରେଡର; ୫୭ ଜଣଙ୍କୁ କଲେ ସଂକ୍ରମିତ

କଟକ: କଟକ ମହାନଗର ନିଗମରେ ସୋମବାର ଦିନ ୮୭ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୦୯୧ରେ ପହଞ୍ଚିଛି।

ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ।

କଟକ ମହାନଗର ନିଗମର ଟ୍ୱିଟ ଅନୁଯାୟୀ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୭୬ ଜଣ ହୋମ୍ କ୍ୱାରେଣ୍ଟାଇନ୍ ଓ ୨ ପେଡ୍ କ୍ୱାରେଣ୍ଟାଇନ୍ ମାମଲା ରହିଛି । ସେହିପରି ୮ଟି ସ୍ଥାନୀୟ ମାମଲା ରହିଥିବା ବେଳେ ବାକି ଇନଷ୍ଟିଚୁସନାଲ୍ କ୍ୱାରେଣ୍ଟାଇନ୍।

ଆହୁରି ମଧ୍ୟ କଟକ ମହାନଗର ନିଗମ ଅଞ୍ଚଳରୁ ଗତ ୨୪ ଘଣ୍ଟା ମଧ୍ୟରେ ୬୦ ରୋଗୀ ସୁସ୍ଥ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, କଟକରେ ବର୍ତ୍ତମାନ ୫୦୧ଟି ସକ୍ରିୟ ମାମଲା ରହିଥିବା ବେଳେ ୫୮୦ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାବ୍ୟତିତ ୧୦ ଜଣ କରୋନା ରୋଗୀ ମୃତ୍ୟୁ ବରଣ କରିଛନ୍ତି ।

Leave A Reply

Your email address will not be published.