Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା; ୬ ଡ୍ରଗ୍ସ ବେପାରୀଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ଖୋଳତାଡ଼ କରୁଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ଏହି ମାମଲାରେ ରବିବାର ଦିନ ମୁମ୍ବାଇରୁ ଆଉ ୬ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଏନସିବି।

ନ୍ୟୁଜ ୧୮ର ରିପୋର୍ଟ ମୁତାବକ ଏହି ୬ ଜଣ ଅଭିଯୁକ୍ତଙ୍କ ନାମ ହେଉଛି- କରମଜିତ ସିଂ ଆନନ୍ଦ, ଡୱେନ ଫର୍ଣ୍ଣାଣ୍ଡିସ୍, ସଙ୍କେତ ପଟେଲ, ଅଙ୍କୁଷ ଅନରେଜା, ସନ୍ଦୀପ ଗୁପ୍ତା ଏବଂ ଅଫତାବ ଫତେହ ଅନସାରୀ।

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଛାନଭିନ୍ନ ବେଳେ ସେମାନଙ୍କ ବିଷୟରେ ଜଣାପଡିଥିଲା। ଯାହା ପରେ ସେମାନଙ୍କୁ ଗିରଫ କରାଯାଇଛି।

ସମସ୍ତଙ୍କୁ ନାରକୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ (ଏନଡିପିଏସ୍) ଅଧିନିୟମ ଅନୁଯାୟୀ ଧରାଯାଇଛି ବୋଲି ସେ କହିଛନ୍ତି।

 

Leave A Reply

Your email address will not be published.