Latest Odisha News

ଶେଷରେ ରିୟାଙ୍କ ସପକ୍ଷରେ ମୁହଁ ଖୋଲିଲେ ଅଭିନେତା ରିତେଶ ଦେଶମୁଖ; କହିଲେ….

ମୁମ୍ବାଇ: ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସିବିଆଇ ଅଧିକ ପ୍ରମାଣ ପାଇନାହିଁ। ଆରମ୍ଭରେ ଅନେକ ଲୋକ ଏହି ତଦନ୍ତକୁ ବଦଳାଇବାକୁ ଚେଷ୍ଟା ମଧ୍ୟ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ରିୟା ଚକ୍ରବର୍ତ୍ତୀଙ୍କ ପଡୋଶୀ।

ଡ୍ରଗ୍ସ ସେବନ ତଥା ବ୍ୟବହାର ଉପରେ ରିୟା ଚକ୍ରବର୍ତ୍ତୀଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏଭଳି ପରିସ୍ଥିତିରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତରୁ ବିଚ୍ୟୁତ ହୋଇଥିବା ଅଭିଯୋଗ କରି ଅଭିନେତ୍ରୀ ରିୟା ତାଙ୍କ ପଡୋଶୀଙ୍କ ବିରୋଧରେ ସିବିଆଇ ସାମ୍‌ନାରେ ଅଭିଯୋଗ ଆଣିଛନ୍ତି।

ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ବର୍ତ୍ତମାନ ଅଭିନେତା ରିତେଶ ଦେଶମୁଖ ଖୋଲାଖୋଲି ଭାବେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଏଥିସହ ସେ ରିୟାଙ୍କୁ କହିଛନ୍ତି ଯେ ଏଥିରୁ ତୁମେ ଆହୁରି ସଶକ୍ତ ହୋଇପାରିବ। ସତ୍ୟଠାରୁ ଅଧିକ ଶକ୍ତିଶାଳୀ କିଛି ନାହିଁ। ସୋସିଆଲ ମିଡିଆରେ ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ଲେଖାଯାଇଥିବା ରିତେଶ ଦେଶମୁଖଙ୍କ ଏହି ଟ୍ୱିଟ୍‌ ଭାଇରାଲ ହେବାରେ ଲାଗିଛି।

Comments are closed.