Latest Odisha News

BREAKING NEWS

ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ପୁରିଲା ୪ ମାସ, ଭଉଣୀ ଶ୍ୱେତା ସେୟାର କଲେ ଭିଡିଓ

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆଜି ୪ ମାସ ପୁରିଛି । ତେବେ ଏଯାଏଁ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନି । ସିବିଆଇ ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଛି । ଏନ୍‌ସିବି ଓ ଇଡି ମଧ୍ୟ ଏହି ମାମଲାର ଖୋଲତାଡ କରୁଛିି ।

ସେପଟେ ସୁଶାନ୍ତ ମୃତ୍ୟୁକୁ ୪ ମାସ ପୁରିଥିଲେ ମଧ୍ୟ ସେ କାହାରି ମନରୁ ଲିଭି ନାହାନ୍ତି । ପରିବାର ଲୋକେ ଓ ପ୍ରଶଂସକ ତାଙ୍କୁ ଆଜିବି ମନେ ପକାଉଛନ୍ତି । ୪ ମାସ ପୁରିବା ଅବସରରେ ଭଉଣୀ ଶ୍ୱେତା ସିଂ କୀର୍ତି ନିଜ ଇନଷ୍ଟାଗ୍ରାମରେ ସୁଶାନ୍ତଙ୍କ ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି ।

 

View this post on Instagram

 

A post shared by Shweta Singh kirti (SSK) (@shwetasinghkirti) on

ଭିଡିଓ ପୋଷ୍ଟ କରି ଏହାର କ୍ୟାପସନ ଦେଇଛନ୍ତି ‘ଗୋଟିଏ ସତ ପ୍ରେରଣା ଓ ହ୍ୟାସ ‘immortalsushant’ ଟ୍ୟାଗରେ ଲେଖିଛନ୍ତି । ସୁଶାନ୍ତଙ୍କ ଏହି ଭିଡ଼ିଓ ହେଉଛି ଏକ ପ୍ରେରଣାଦାୟୀ ଭିଡ଼ିଓ । ସୁଶାନ୍ତଙ୍କୁ ଭିଡିଓରେ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ଭିଡ଼ିଓକୁ ଦେଖି ସମସ୍ତେ ଭାବୁକ ହୋଇଛନ୍ତି। ଶ୍ୱେତା ନିଜ ଭାଇ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ କ୍ରମାଗତ ସୋସିଆଲ ମିଡ଼ିଆରେ ଅଭିଯାନ  ଚଳାଇଛନ୍ତି।

Leave A Reply

Your email address will not be published.