Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତଙ୍କ କେସ୍ : ୧୪ ଦିନରେ ପୋଲିସ କେତେ ବାଟ ଆଗେଇଛି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍ ସମାଧାନ କରିବା ସ୍ଥାନୀୟ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ମାଫିଆ, ବଂଶବାଦ, ରାଜନୀତି, ପକ୍ଷପାତିତା ସବୁ କିଛି ଏଥିରେ ସାମିଲ ହୋଇଛି । ଆସନ୍ତୁ ଜାଣିବା ୧୪ ଜୁନରୁ ଆଜି ପର୍ଯ୍ୟନ୍ତ ପୋଲିସ କେତେ ବାଟ ଆଗେଇଛି ।
୧.ସୁଶାନ୍ତ ଆତ୍ମହତ୍ୟା ଘଟଣାରେ ପୋଲିସ ୩ଟି ଟିମ୍ ଗଠନ କରିଛି ।
୨.ପରିବାର ଏବଂ ପରିଚିତଙ୍କୁ ନେଇ ପୋଲିସ ୨୭ ଲୋକଙ୍କ ବୟାନ ରୁଜୁ କରିଛି ।
୩.ପୋଲିସ ବିଭିନ୍ନ ଖବରକାଗଜ, ଫିଲ୍ମ ପତ୍ରିକା ଓ ୱେବସାଇଟ ଅନୁଧ୍ୟାନ କରୁଛି । ଯେଉଁମାନେ ଉଦ୍ଦେଶ୍ୟମୂଳକ ଭାବେ ସୁଶାନ୍ତଙ୍କୁ ଟାର୍ଗେଟ କରୁଥିଲେ ।
୪.ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ଆତ୍ମଜୀବନୀରେ ସେ ଅଭିନୟ କରିଥାନ୍ତି । ଏହାକୁ ନ କରିବା ପାଇଁ ତାଙ୍କ ଉପରେ ଚାପ ପଡୁଥିଲା ।
୫. ଶେଖର କାପୁର ୟଶରାଜ ଫିଲ୍ମରୁ ହଟିଯିବା ସୁଶାନ୍ତଙ୍କ ମାନସିକ ଚାପ ବଢ଼ାଇଥିଲା ।
୬. ରିୟା ଚକ୍ରବର୍ତି ତାଙ୍କ ଭାଇ ଏବଂ ଫକ୍ସ ଷ୍ଟାର ଷ୍ଟୁଡିଓର ଫିଲ୍ମ ଦିଲ ବେଚାରାର ହିରୋଇନ ସଞ୍ଜନା ସାଂନ୍ଧୀଙ୍କୁ ବାରମ୍ବାର ପଚରାଉଚରା କରୁଛି ।
୭.ମାନସିକ ଚାପ ଏବଂ ପ୍ରତିଷ୍ଠା ହାନି ଯୋଗୁ ସୁଶାନ୍ତ ଆତ୍ମହତ୍ୟା କରିବା ନେଇ ପୋଲିସ ଆଶଙ୍କା କରୁଛି ।

୮. ଦିଲ ବେଚାରା ୨୦୧୮ରେ ବିଦେଶରେ ଶୁଟିଂ ହେଉଥିବା ବେଳେ ଫକ୍ସ ଷ୍ଟାର, ନିର୍ଦ୍ଦେଶକ ମୁକେଶ ଛାବଡାଙ୍କ ମଧ୍ୟରେ କଣ ଘଟିଲା ଯାହା ଫଳରେ ସୁଶାନ୍ତ ଚାପରେ ରହିଥିଲେ ।
୯. ଧର୍ମା ପ୍ରଡକ୍ସସନ ମାଲିକ କରନ ଜୋହର ଓ ତାଙ୍କ ସାଙ୍ଗ ଶଶାଙ୍କ ଖେତାନଙ୍କ ଭୂମିକା ପୋଲିସ ସନ୍ଦେହ ଘେରରରେ ରଖିଛି ।
୧୦. ଶଶାଙ୍କ ଫିଲ୍ମ ମିଷ୍ଟର ଲେଲେ ନେଇ ବିବାଦ ଉପୁଜିଥିବା ଜନୈକ ଅଭିନେତ୍ରୀ କହିଛନ୍ତି । ତେବେ ଶଶାଙ୍କ ମତରେ ଏହି ଫିଲ୍ମ ଏବେ ବନ୍ଦ କରି ଦିଆଯାଇଛି ।

Leave A Reply

Your email address will not be published.