Latest Odisha News

BREAKING NEWS

ସିବିଆଇ ତଦନ୍ତ ପାଇଁ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ସୁଶାନ୍ତଙ୍କ ବାପା

ପାଟନା: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ପାଇଁ ଦାବି ଜୋର ଧରୁଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ କଥା ହେଲେ ସୁଶାନ୍ତ ସିଂ ରାଜପୁତଙ୍କ ବାପା କେ. କେ. ସିଂ । ପୁଅର ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି ।

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁମ୍ୱାଇର ବାନ୍ଦ୍ରା ପୋଲିସ ତଦନ୍ତ କରୁଛି । ସେହିପରି ସୁଶାନ୍ତଙ୍କ ବାପା ପାଟନା ଥାନାରେ ବି ଏତଲା ଦେଇଛନ୍ତି । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ସେ ଅଭିଯୋଗ କରିଛନ୍ତି ।

ବିହାର ପୋଲିସର ଏକ ଟିମ୍ ମୁମ୍ୱାଇରେ ପହଞ୍ଚି ତଦନ୍ତ କରୁଥିବା ବେଳେ ମୁମ୍ୱାଇ ପୋଲିସ ସହଯୋଗ କରୁ ନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମୁହାଁମୁହିଁ ସ୍ଥିତିକୁ ଆସି ଯାଇଛନ୍ତି ଦୁଇ ରାଜ୍ୟର ପୋଲିସ ।

ସୁଶାନ୍ତ, ସୁଇସାଇଡ୍ ଓ ସସପେନ୍ସ ବଢୁଥିବା ବେଳେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସୁଶାନ୍ତଙ୍କ ବାପା । ପୂର୍ବରୁ ନୀତିଶ କୁମାର ସୁଶାନ୍ତଙ୍କ ବାପା ଚାହିଁଲେ ସିବିଆଇ ତଦନ୍ତ ସୁପାରିଶ କରିବେ ବୋଲି କହିଥିଲେ । ଏବେ ବିହାର ସରକାର କି ନିଷ୍ପତ୍ତି ନେବେ ତାଉପରେ ନଜର ରହିଛି ।

Leave A Reply

Your email address will not be published.