Latest Odisha News

ନଭେମ୍ବର ୩ରେ ରିଲିଜ ହେବ ସୁସ୍ମିତା ସେନ୍‌ଙ୍କ ‘ଆର୍ଯ୍ୟା ୩’

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୁସ୍ମିତା ସେନ ଫିଲ୍ମ ଓ ଓଟିଟିରେ ଧମାଲ ସୃଷ୍ଟି କରିଛନ୍ତି । ଅଭିନେତ୍ରୀଙ୍କ ଆର୍ଯ୍ୟା ଧାରାବାହିକ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ‘ଆର୍ଯ୍ୟା’ର ତୃତୀୟ ସିଜନରେ ଖୁବଶୀଘ୍ର ସୁସ୍ମିତାଙ୍କୁ ଦେଖିବାକୁ ମିଳିବ । ହୃଦଘାତରେ ପୀଡିତ ହୋଇଥିଲେ ମଧ୍ୟ ଅଭିନେତ୍ରୀ ଏହି ବହୁ ପ୍ରତୀକ୍ଷିତ ଧାରାବାହିକ ପାଇଁ ସୁଟିଂ କରିଥିଲେ । ‘ଆର୍ଯ୍ୟା ୩’କୁ ଉତ୍ସାହର ସହିତ ପ୍ରଶଂସକମାନେ ଅପେକ୍ଷା କରିଥିବା ବେଳେ ସୁସ୍ମିତା ଏହି ସିରିଜର ରିଲିଜ ଡେଟ ଘୋଷଣା କରିଛନ୍ତି ।

ଶୁକ୍ରବାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୁସ୍ମିତା ସେନ ଏକ କ୍ଷୁଦ୍ର ଆନିମେଟେଡ ପ୍ରୋମୋ ସେୟାର କରିଛନ୍ତି । ଏହି ପ୍ରୋମୋ ହଳଦିଆ କାନ୍ଥରେ ଦୃଶ୍ୟମାନ ହେଉଥିବା ମାର୍କ ଚିହ୍ନରୁ ଆରମ୍ଭ ହୁଏ । କାନ୍ଥରେ ଥିବା ମାର୍କ ଗର୍ତ୍ତରୁ, କ୍ୟାମେରା ଆପଣଙ୍କୁ ଅନ୍ୟ ଏକ ମେରୁନ ସ୍କ୍ରିନକୁ ନେଇଯାଏ, ଯେଉଁଥିରେ ନଭେମ୍ବର ୩ ତାରିଖ ସ୍ପଷ୍ଟ ଦେଖାଯାଏ । ଏହା ସହିତ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ଶେର୍‌ନୀ ଫେରିବାର ସମୟ ଆସିଛି ।

ସୁସ୍ମିତା ସେନ ସୋସିଆଲ ମିଡିଆରେ ‘ଆର୍ଯ୍ୟ’ର ତୃତୀୟ ସିଜନ ଘୋଷଣା କରିଥିଲେ । ନିକଟରେ ତାଙ୍କ ଏମି-ମନୋନୀତ ଥ୍ରୀଲର ସିରିଜର ନୂଆ ସିଜିନର ସୁଟିଂ ଶେଷ ହୋଇଛି । ସୁସ୍ମିତା ସେନ ଆର୍ଯ୍ୟ ସିଜନ ୩ ବିଷୟରେ କହିଥିଲେ ଯେ, ଆର୍ଯ୍ୟ ସରିଜ ପାଇଁ ଏହା ଏକ ନୂଆ ଦିନ, ସେ ଏଥିପାଇଁ ପ୍ରସ୍ତୁତ । ସିଜନ ୩ରେ, ସେ ଅତୀତକୁ ମୁକ୍ତ କରି ନିଜ କାହାଣୀ ଲେଖୁଛନ୍ତି । ଆର୍ଯ୍ୟାଙ୍କୁ ବଦଳାଇବା ଏକ ନୂତନ ଦୁଃସାହସିକ କାର୍ଯ୍ୟ ପାଇଁ ପୁରୁଣା ଜିନ୍ସ ପିନ୍ଧିବା ପରି ।

ରାମ ମାଧବାନୀ ଏବଂ ସନ୍ଦୀପ ମୋଦିଙ୍କ ଦ୍ୱାରା ନିର୍ଦ୍ଦେଶିତ ଆର୍ଯ୍ୟା ହେଉଛି ଲୋକପ୍ରିୟ ଡଚ କ୍ରାଇମ-ଡ୍ରାମା ପେନୋଜର ଅଫିସିଆଲ ରିମେକ, ଯାହା ଜଣେ ମଧ୍ୟବୟସ୍କ ମହିଳାଙ୍କୁ ଘେରିଥାଏ । ତାଙ୍କ ପରିବାରକୁ ସମସ୍ତ ଅସୁବିଧାରୁ ରକ୍ଷା କରିବା ପାଇଁ ସଂଗ୍ରାମ କରିଥିଲା । ଏହି ସିରିଜ ଡିଜନି ପ୍ଲସ ହଟଷ୍ଟାରରେ ପ୍ରିମିୟର ହେବ ।

Leave A Reply

Your email address will not be published.