ମୁମ୍ବାଇ: ୧୯୯୪ ମସିହା ମେ ୨୧ ତାରିଖରେ ଅଭିନେତ୍ରୀ ସୁସ୍ମିତା ସେନ୍ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିଲେ । ସେ ଦେଶପାଇଁ ମିସ୍ ୟୁନିଭର୍ସ ସମ୍ମାନ ପ୍ରଥମ ଥର ଆଣିଥିଲେ । ସେହି ସ୍ମରଣୀୟ ମୁହୂର୍ତ୍ତକୁ ମନେ ପକାଇବା ସହିତ ଉତ୍ସବ ମନାଇଛନ୍ତି । ଝିଅ ରେନି ଓ ଆଲିଶାଙ୍କ ସହିତ ସେ କେକ୍ କାଟି ଏହି ଉତ୍ସବ ପାଳନ କରିଛନ୍ତି । ଉକ୍ତ କେକ୍ରେ ‘ହାପି ୨୯ ଇୟର୍ସ ମିସ୍ ୟୁନିଭର୍ସ’ ବୋଲି ଲେଖାଯାଇଛି । କେକ୍ କାଟୁଥିବା ବେଳେ ଦୁଇ ଝିଅଙ୍କ ସହ ସୁସ୍ମିତା ଖୁସି ଥିବା ନଜର ଆସିଛନ୍ତି ।
ଏହା ପୂର୍ବରୁ ସେ ସୋସିଆଲ ମିଡ଼ିଆରେ ୨୯ ବର୍ଷ ତଳେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧୁଥିବା ସମୟର ଫଟୋ ସେୟାର କରିଛନ୍ତି । ଏଥିରେ କ୍ୟାପସନ ଲେଖିଛନ୍ତି, ନିଜ ଦେଶପାଇଁ ଏଭଳି ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହେବା ମୋ ପାଇଁ ସମ୍ମାନର ବିଷୟ । ୨୯ ବର୍ଷ ପରେ ଆଜି ବି ସେହିଦିନର ବିଜୟ ମୋ ଆଖିରେ ଆନନ୍ଦାଶ୍ରୁ ଆଣିଛି । ଫିଲିପାଇନ୍ସର ମାନିଲାଠାରେ ଆୟୋଜିତ ପ୍ରତିଯୋଗିତାରେ ଭାରତ ପ୍ରଥମ ଥର ପାଇଁ ମିସ୍ ୟୁନିଭର୍ସ ସମ୍ମାନରେ ବିଜୟୀ ହୋଇଥିଲା । ସେହିଦିନକୁ ମୁଁ ଗର୍ବର ସହିତ ମନେ ପକାଇବା ସହିତ ଉତ୍ସବ ପାଳନ କରୁଛି’ ବୋଲି ସୁସ୍ମିତା ଲେଖିଛନ୍ତି ।
Comments are closed.