Latest Odisha News

BREAKING NEWS

ବୋମା ବିସ୍ଫୋଣରେ ଉଡିଗଲା ସନ୍ଦିଗ୍ଧ ଯୁବକ, ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିଲା…

ଅମୃତସର: ଅମୃତସର ମାଜିଥା ରୋଡ୍ ବାଇପାସର ଡିସେଣ୍ଟ ଆଭେନ୍ୟୁ ବାହାରେ ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସର କହିବା ଅନୁଯାୟୀ, ମୃତକଙ୍କର କୌଣସି ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ ଥିଲା।

କୁହାଯାଉଛି ଯେ ମୃତକ ଆତଙ୍କବାଦୀ ସଂଗଠନ ବବର ଖାଲସାର ସଦସ୍ୟ ଥିଲେ। ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ମାଜିଠା ରୋଡ୍ ବାଇପାସର ଡିସେଣ୍ଟ ଆଭେନ୍ୟୁ ବାହାରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା।

ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ନେଇ ଡିଆଇଜି ସତିନ୍ଦର ସିଂହ କହିଛନ୍ତି। ତେବେ ତାଙ୍କର ଟାର୍ଗେଟ କ’ଣ ଥିଲା ତାହା ମଧ୍ୟ ତଦନ୍ତ କରାଯାଉଛି। ଏହା ବ୍ୟତୀତ, ଆମେ ମୃତ ବ୍ୟକ୍ତିଙ୍କ ପକେଟରୁ କିଛି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପାଇଛୁ, ଯାହା ଆତଙ୍କବାଦୀଙ୍କ ସହ ଲିଙ୍କ ଥିବା ଦର୍ଶାଉଛି।

ତେବେ ପୂର୍ବରୁ ଘଟଣା ବିଷୟରେ ସୂଚନା ପାଇ ଅମୃତସର ଗ୍ରାମୀଣ ଏସଏସପି ମନିନ୍ଦର ପାଲ ସିଂହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସେ କହିଛନ୍ତି ଯେ ବିସ୍ଫୋରଣଟି ଅମୃତସରର ମାଜିଥା ରୋଡ୍ ବାଇପାସ୍ ନିକଟରେ ଅବସ୍ଥିତ କାମ୍ବୋ ଥାନା ଅଧୀନରେ ଘଟିଥିଲା। ସେହି ବ୍ୟକ୍ତି କିଛି ସାମଗ୍ରୀ ନେବାକୁ ଆସିଥିଲେ ବୋଲି ସନ୍ଦେହ କରାଯାଉଛି। କିନ୍ତୁ କିଛି ଅସାବଧାନତା ଯୋଗୁଁ ବିସ୍ଫୋରଣ ଘଟିଥିଲା। ଫଳରେ ତାଙ୍କ ମୁହଁ, ହାତ ଏବଂ ଗୋଡରେ ଗଭୀର ଆଘାତ ଲାଗିଥିଲା।

 

Comments are closed.