Latest Odisha News

BREAKING NEWS

ଆଇଏସ୍‌ଆଇଏସ୍‌ଆଇ ମୁଖ୍ୟ ଅବୁ ହୁସେନ ଅଲ କୁରେସୀକୁ ନିପାତ କଲା ତୁର୍କୀ ସେନା

ଇସ୍ତାନବୁଲ: ଆତଙ୍କବାଦୀ ଇସ୍ଲାମିକ୍ ଷ୍ଟେଟ୍‌ ଇରାକ ସିରିଆଇ(ଆଇଏସ୍‌ଆଇଏସ୍‌ଆଇ) ମୁଖ୍ୟ କୁହାଯାଉଥିବା ଅବୁ ହୁସେନ ଅଲ କୁରେସୀକୁ ନିପାତ କଲା ତୁର୍କୀ ସେନା। ତୁର୍କିର ଗୁଇନ୍ଦା ବିଭାଗ କୁରେସୀକୁ ସଫା କରିବାକୁ ଅନେକ ଦିନ ହେଲା ଖବର ନେଉଥିଲା। ଗତକାଲି ତାକୁ ମାରି ଦିଆଯାଇଥିବା ତୁର୍କୀ ରାଷ୍ଟ୍ରପତି ରିଚପ ତଇପ ଏର୍ଦୋଗାନ କହିଛନ୍ତି। ରବିବାର ତୁର୍କି ମିଡିଆ ଟିଆର୍‌ଟିକୁ ଏହି ସୂଚନା ଦେଇଛନ୍ତି ଏର୍ଦୋଗାନ।

ନଭେମ୍ବରରେ ହୋଇଥିଲା ସଂଗଠନର ମୁଖ୍ୟ

ଅବୁ ହୁସେନ ଅଲ ହୁସେନୀ ଅଲ୍ କୁରେସୀ ସଂଗଠରେ ଅବୁ ହୁସେନ ଅଲ କୁରେସୀ ନାମରେ ପରିଚିତ। ଦକ୍ଷିଣ ସିରିଆରେ ଏକ ଅପରେସନ ଇସ୍ଲାମିକ୍ ଷ୍ଟେଟ୍‌ର ପୂର୍ବତନ ନେତାକୁ ହତ୍ୟା କରାଯିବା ପରେ ୨୦୨୨ ନଭେମ୍ବରରେ ଅଲ କୁରେସୀ ସଂଗଠନର ଦାୟିତ୍ୱ ନେଇଥିଲା। ମାତ୍ର ୬ ମାସ ଭିତରେ ତୁର୍କୀ ସେନା ତାକୁ ସଫା କରିଦେଇଛି।

ତୁର୍କି ପ୍ରତିରକ୍ଷାମନ୍ତ୍ରଣାଳୟର ସୂଚନା ଅନୁସାରେ, ଉତ୍ତର ସିରିଆର ଜନ୍ଦାରୀ ସହରରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଏଠାରେ ତୁର୍କୀ ସମର୍ଥନକାରୀ ବିଦ୍ରୋହୀ ସଂଗଠନର କବ୍ଜା ରହିଛି। ଫେବ୍ରୁଆରୀ ୬ ତାରିଖରେ ହୋଇଥିବା ଭୂମିକମ୍ପରେ ଏହି ସହର ଭୀଷଣ କ୍ଷତିଗ୍ରସ୍ତ ହୋଇଥିଲା।

ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଶନିବାର-ରବିବାର ରାତିରେ ଏହି ସୈନ୍ୟ ଅପରେସନ ହୋଇଥିବା ବେଳେ ଘଣ୍ଟା ଘଣ୍ଟା ଧରି ଗୁଳି ମାଡ଼ ହୋଇଥିଲା। ତୁର୍କି ସେନା ଘେରାବନ୍ଦୀ କରି ଏହି ଅପରେସନକୁ ସଫଳ କରାଇଥିଲେ।

Comments are closed.