Latest Odisha News

BREAKING NEWS

ସନ୍ଦିଗ୍ଧ ଆତଙ୍କୀ ବୁଖାରୀ ଯୁକ୍ତ ଦୁଇ ଫେଲ୍, କିନ୍ତୁ ଛଅଟି ଭାଷାରେ ଦକ୍ଷ

ଯାଜପୁର: ଧରାପଡ଼ିଥିବା କାଶ୍ମୀରର ଠକ ତଥା ସନ୍ଦିଗ୍ଧ ଆତଙ୍କୀ ସୟଦ ଇଶାନ ବୁଖାରୀର କଲ୍ ଡିଟେଲ୍ ରିପୋର୍ଟ (ସିଡିଆର)କୁ ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ୍) ହାତରେ ଲାଗିଛି। ସମ୍ଭାବ୍ୟ ଆତଙ୍କବାଦୀ ସଂଯୋଗ ନେଇ ବୁଖାରୀ ବିରୋଧରେ ମଧ୍ୟ ତଦନ୍ତ ଚାଲିଛି।

ତଦନ୍ତ ସହ ପରିଚିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୁଖାରୀ WhatsApp ମାଧ୍ୟମରେ ଅନେକ ବ୍ୟକ୍ତିବିଶେଷଙ୍କ ସହ ଯୋଗାଯୋଗ କରିଥିଲା। ଡିଲିଟ୍ ହୋଇଥିବା ଭଏସ୍ ମେସେଜ୍କୁ ତଦନ୍ତକାରୀ ସଂସ୍ଥା ସଫଳତାର ସହ ରିକଭରୀ କରିଛି।

ବୁଖାରୀ ନଅଟି ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଆର୍ଥିକ କାରବାର କରିଥିବା ତଦନ୍ତରୁ ଜଣାପଡ଼ିଛି। ଏହାବ୍ୟତୀତ, ଏହା ଜଣାପଡିଛି ଯେ ବୁଖାରୀ, ପ୍ଲସ ଟୁ ଫେଲ୍ ହୋଇଥିଲେ ମଧ୍ୟ ଛଅଟି ଭାଷାରେ ଦକ୍ଷ।

ସୂଚନା ମିଳିଛି ଯେ ବୁଖାରୀକୁ ପଚରାଉଚରା କରିବା ପାଇଁ କାଶ୍ମୀରରୁ ଏକ ପୋଲିସ ଟିମ୍ ଖୁବଶୀଘ୍ର ଓଡିଶା ଆସିବ।

ବୁଖାରୀର ଗିରଫଦାରୀ ପରେ ତାର କାହା ସହିତ ସମ୍ପର୍କ ରହିଛି ଏବଂ ସେମାନେ କେତେ ଦିନରୁ ସମ୍ପୃକ୍ତ ଅଛନ୍ତି ସେନେଇ ପଚରାଉଚରା ଆରମ୍ଭ ହୋଇଛି। ତଦନ୍ତ ଶେଷ ହେବା ପରେ ବୁଖାରୀ ଏବଂ ଦେଶ ବିରୋଧୀ ସଂଗଠନ ସହ ତାର ସମ୍ପର୍କର ଏକ ସମ୍ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର 16 ତାରିଖରେ ଯାଜପୁର ଜିଲ୍ଲା ନେଉଳପୁରସ୍ଥିତ ବୁଖାରୀର ଭଡ଼ା ଘରେ ଏସଟିଏଫ୍ ଚଢ଼ାଉ କରି ତାକୁ ଗିରଫ କରିଥିଲା। ଗତ ସାତ ଆଠ ବର୍ଷ ହେବ ସେ ଏହି ଅଞ୍ଚଳରେ ରହୁଥିବା ବେଳେ ଡାକ୍ତର ପରିଚୟ ଦେଇ ଆସୁଥିଲା। ସନ୍ଦିଗ୍ଧ ଦେଶ ବିରୋଧୀ ସଂସ୍ଥା ସହ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ହାଜତକୁ ନିଆଯାଇଛି।

Comments are closed.