ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା କ୍ରିକେଟ ସିରିଜ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗିରହିଛି । ବାଂଲାଦେଶ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଅନୀମୁଲ ଇସଲାମ କହିଛନ୍ତି ଯେ, ଭାରତ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏବେ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛି । ଅଗଷ୍ଟ ୧୭ରୁ ଉଭୟ ଦେଶ ମଧ୍ୟରେ ୩ଟି ଲେଖାଏଁ ଦିନିକିଆ ଓ ଟି୨୦ ମ୍ୟାଚ ଖେଳାଯିବ । ବର୍ତମାନର ରାଜନୈତିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ଅଗଷ୍ଟରେ ଏହି ସିରିଜ ଆୟୋଜନ ନେଇ ଦ୍ୱନ୍ଦ୍ୱ ଲାଗିରହିଛି ।
ବାଂଲାଦେଶ ପ୍ରିମିୟର ଲିଗ ଡିସେମ୍ବରରୁ ଆରମ୍ଭ କରିବା ପାଇଁ ସ୍ଥାନୀୟ ବୋର୍ଡ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଏଥର ଏହାର ଆୟୋଜନ ଦାୟିିତ୍ୱ ଏକ ଇଭେଂଟ କମ୍ପାନୀକୁ ଦିଆଯାଇଛି । ଲିଗକୁ ଲୋକପ୍ରିୟ କରାଇବା ପାଇଁ ବୋର୍ଡ ଏହି ପଦକ୍ଷେପ ଗ୍ରହଣ କରିଛି । ସେହିପରି ପୂର୍ବ ଆନ୍ତର୍ଜାତୀୟ ଏଲିଟ ଅମ୍ପାୟର ସାଇମନ ଟଫେଲ ଏବେ ବାଂଲାଦେଶରେ ଅମ୍ପାୟରଙ୍କୁ ପ୍ରଶିକ୍ଷଣ ଦେବେ ।
Comments are closed.