Latest Odisha News

BREAKING NEWS

ହାଟେଲ ଭିତରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର: ଦୀପାଳି ନାମକ ବାର ତଥା ହୋଟେଲର ଏକ ରୁମରୁ ଶନିବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଭଦ୍ରକ ଜିଲ୍ଲା କୁଆବାଗ ଗାଁର ଶୁଭଲକ୍ଷ୍ମୀ ସାହୁ।

ଶୁକ୍ରବାର ଭୋର୍ ୩ଟା ୨୦ରେ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏହି ହୋଟେଲରେ ଶୁଭଲକ୍ଷ୍ମୀ ସାହୁ ପ୍ରବେଶ କରିଥିଲେ। ହେଲେ ହୋଟେଲ କର୍ମଚାରୀମାନେ ତାଙ୍କୁ ତାଙ୍କ ରୁମ ନମ୍ବର ୨୦୫ରେ ଝୁଲନ୍ତା ଅବସ୍ଥାରେ ଦେଖି ସଙ୍ଗେ ସଙ୍ଗେ ଲକ୍ଷ୍ମୀସାଗର ଥାନାକୁ ଖବର ଦେଇଥିଲେ। ଖବର ପାଇ ଥାନାରୁ ଏକ ଟିମ୍ ହୋଟେଲରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକଙ୍କ ପରିବାର ଲୋକ ପହଞ୍ଚିବା ପରେ ରବିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ନିଷ୍ପତ୍ତି ନେଇଛି। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏ ନେଇ ହୋଟେଲ ମ୍ୟାନେଜର ଭାସ୍କର ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଥିଲେ, ସେ ଯେକୌଣସି ନିୟମିତ ଗ୍ରାହକଙ୍କ ଭଳି ହୋଟେଲକୁ ଆସିଥିଲେ। ସେ ଏକୁଟିଆ ଥିଲେ ଏବଂ ବ୍ୟକ୍ତିଗତ କାରଣ ପାଇଁ ଆସିଥିଲେ ବୋଲି ଉଲ୍ଲେଖ କରିଥିଲେ।ୋ

Comments are closed.