ଭୁବନେଶ୍ୱର: ରାଜଧାନୀସ୍ଥିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲ (Utkala Hospital)ରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଗତକାଲିର ଏହି ଘଟଣା ହସ୍ପିଟାଲ ପରିସରରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି। ମୃତକଙ୍କ ନାମ ସୋନାଲୀ ରାଉତ, ଯିଏ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ସୋନାଲୀ ହସ୍ପିଟାଲରେ ଡ୍ୟୁଟି କରୁଥିବା ବେଳେ ତାଙ୍କର ଅନୁପସ୍ଥିତି ସହକର୍ମୀମାନେ ଲକ୍ଷ୍ୟ କରିଥିଲେ। ଖୋଜାଖୋଜି ପରେ ସେ ଷ୍ଟାଫ ବାଥରୁମରେ ଅଚେତ ଅବସ୍ଥାରେ ମିଳିଥିଲେ। ଏହାପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଅଧିକ ତଥ୍ୟ ମିଳିବ ବୋଲି ପୁଲିସ କହିଛି। ଅପମୃତ୍ୟୁ, ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଅନ୍ୟ କୌଣସି ଅପରାଧିକ କାରଣ ଥାଇପାରେ ବୋଲି ପୁଲିସ ଅନୁମାନ କରୁଛି।
ସୋନାଲୀଙ୍କ ମା’ କହିଛନ୍ତି, “ମୋ ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଥିଲା। ଗତକାଲି ଦିନ ଗୋଟାଏ ୩୦ରେ ସେ ବାଥରୁମକୁ ଯାଇଥିଲା। ୩ ଟା ୩୦ରେ ହସ୍ପିଟାଲରୁ ଫୋନ ଆସିଲା ଯେ ସେ ଅଚେତ ହୋଇ ପଡ଼ିଛି। ଆମେ ପହଞ୍ଚିବା ବେଳକୁ ତା’ର ମୃତଦେହ ଦେଖିଲୁ।” ପରିବାର ଲୋକେ ଏହାର ତଦନ୍ତ ଦାବି କରିଛନ୍ତି। ପୁଲିସ ହସ୍ପିଟାଲର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ଓ ଷ୍ଟାଫଙ୍କୁ ପଚରାଉଚୁରା କରୁଛି। ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ସମସ୍ତ ଦିଗକୁ ଖୋଲା ରଖି ତଦନ୍ତ ଚାଲିଛି। ଏହି ଘଟଣା ସୋନାଲୀଙ୍କ ସହକର୍ମୀଙ୍କ ମଧ୍ୟରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି।
Comments are closed.